ସର୍ଚ୍ଚ ଅପରେସନ ବେଳେ ବଡ଼ ସଫଳତା: ବିପୁଳ ପରିମାଣର ଗୁଳିଗୋଳା ଓ ବୋମା ଜବତ

ମାଲକାନଗିରି: ପୋଲିସକୁ ସର୍ଚ୍ଚ ଅପରେସନ ବେଳେ ବଡ଼ ସଫଳତା । ସର୍ଚ୍ଚ ସମୟରେ ବିପୁଳ ପରିମାଣର ଗୁଳିଗୋଳା ଓ ବୋମା ଜବତ ହୋଇଛି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଏସଓଜି, ବିଏସଏଫ ଓ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ଅଣ୍ଡରାପାଲି ନିକଟରେ ସୁରକ୍ଷାକର୍ମୀଙ୍କୁ ହ୍ୟାଣ୍ଡ ଗ୍ରେନେଡ୍, ଥ୍ରୀନଟ ଥ୍ରୀ ଓ ନାଇନ ଏମଏମ ଗୁଳି ଜବତ ହୋଇଛି । ଏସବୁ ସାମଗ୍ରୀକୁ ମାଓବାଦୀ ଲୁଚାଇ ରଖିଥିବା ବେଳେ ପୋଲିସ ଏହାକୁ ଜବତ କରିଛି। ତେବେ ମାଓବାଦୀଙ୍କ ଯୋଜନା ପଣ୍ଡ କରିଛି ପୋଲିସ ।