ବିଭବ କୁମାରଙ୍କୁ ଆଉ ୩ ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ସାଂସଦ ସ୍ଵାତୀ ମାଲିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପିଏ ବିଭବ କୁମାର ଆକ୍ରମଣ ଘଟଣା। ବିଭବ କୁମାରଙ୍କୁ ଆଉ ୩ ଦିନ ପାଇଁ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ। ଦିଲ୍ଲୀର ତିଶ ହଜାରୀ କୋର୍ଟ ବିଭବ କୁମାରଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଇବାକୁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ୪ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରୁଥିଲା ଦିଲ୍ଲୀ ପୋଲିସ।

ଏବେ ପୁଣି ଆଉ ୩ ଦିନ ଲାଗି ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଛି। ବିଭବଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଦାବି ଉପସ୍ଥାପନ କରିଥିଲା ଦିଲ୍ଲୀ ପୋଲିସ। ତେବେ ପୋଲିସର ରିମାଣ୍ଡକୁ ବିଭବ କୁମାରଙ୍କ ଓକିଲ ପ୍ରତିବାଦ କରିଥିଲେ। ବିଭବଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ଦାବି କରିଥିଲେ। ଜାମିନ ଆବେଦନ ଖାରଜ ହେବାପରେ ଆଜି ବିଭବ କୁମାରଙ୍କୁ ରିମାଣ୍ଡରେ ପଠାଇଛନ୍ତି ଅଦାଲତ।

ଘଟଣା ଚଳିତ ମାସ ୧୩ ତାରିଖରେ ଘଟିଥିବାବେଳେ ମାମଲା ୧୬ ତାରିଖରେ ହୋଇଥିଲା। ଏତଲା ଅନୁସାରେ ସ୍ଵାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ବିଭବ କୁମାରଙ୍କ ପିଏ ୮ ଥର ଚାପୁଡା ମାରିଥିବା ଅଭିଯୋଗ ହୋଇଛି। ଚାପୁଡା ମାରିବା ସହ ତାଙ୍କ ପେଟ ଓ ଛାତିରେ ଲାତ ମାରିବା ଅଭିଯୋଗ ହୋଇଛି। ଗତ ୧୮ ତାରିଖରେ ବିଭବ କୁମାରଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ।  ବିଭବ କୁମାରଙ୍କ ବିରୋଧରେ ମହିଳାଙ୍କ ଉପରେ ଅତ୍ଯାଚାର ସହ ବଳପୂର୍ବକ ଆକ୍ରମଣ ମାମଲା ରୁଜୁ ହୋଇଥିଲା।