ଭୁବନେଶ୍ୱରରୁ ପୁଣି ଏକ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଏକ ମୃତଦେହ ଉଦ୍ଧାର । କିଛିଦିନ ତଳେ ମହିଳାଙ୍କ ମୁଣ୍ଡ ବୀହିନ ମୃତ ଦେହ ଉଦ୍ଧାର ହେବା ପରେ ଏବେ ରାଜଧାନୀରେ ଆଉ ଏକ ମୃତଦେହ ଉଦ୍ଧାର ହୋଇଛି । ଘାଟିକିଆ ନିକଟ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଭରତପୁର ପୋଲିସ । ଘାଟିକିଆ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରେ ଘାଟିକିଆ ଅଞ୍ଚଳର ରଘୁନାଥ ବେହେରା ଓରଫ କାଳିଆର ପଚାଷଢା ମୃତଦେହ ଉଦ୍ଧାର ହୋଇଛି ।

ପ୍ରାୟ ୧୦ରୁ ୧୫ ଦିନ ହେବ ମୃତଦେହ ଝୁଲିରହିଥିବା ଅନୁମାନ କରାଯାଉଛି । ମୃତଦେହ ପଚି ଯାଇଥିବାରୁ ଗୋଡପଟୁ କୁକୁର ଖାଇଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି । ତେବେ ରଘୁନାଥ ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସେ ତାଙ୍କ ଘରୁ ଜାନୁଆରୀ ୧୧ରୁ ନିଖୋଜ ହୋଇଯାଇଥିଲେ । ନିଖୋଜ ନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା  ।

Leave a Reply