spot_img

Latest Posts

ଆମେ କ’ଣ କମ୍ ପ୍ରତିଭାଶାଳୀ ? ‘ପରମ ସୁନ୍ଦରୀ’ ପାଇଁ ଜାହ୍ନବୀଙ୍କୁ ଏହି ଅଭିନେତ୍ରୀଙ୍କ କଟାକ୍ଷ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ପରମ ସୁନ୍ଦରୀ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଯେଉଁଥିରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା। ଯାହାକୁ ପ୍ରଶଂସକମାନେ ମଧ୍ୟ ପସନ୍ଦ କରିଥିଲେ। କିନ୍ତୁ ଜଣେ ମାଲାୟଲମ ଅଭିନେତ୍ରୀଙ୍କୁ ଏହି ଟ୍ରେଲରଟି ଆଦୌ ପସନ୍ଦ ଆସିନଥିଲା। ଏହା ପରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଫିଲ୍ମ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି। ଏହି ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଫିଲ୍ମରେ କାଷ୍ଟ କରିବା ଉପରେ ଅଭିମାନ କରିଥିବା ଜଣାପଡୁଛି ।

ଆମେ ମାଲାୟଲମ ଅଭିନେତ୍ରୀ ପବିତ୍ରା ମେନନଙ୍କ ବିଷୟରେ କହୁଛୁ । ଯିଏ ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅଭିନେତ୍ରୀ ଜଣକ ବହୁତ ରାଗିଥିବା ଦେଖାଯାଉଛି। ଅଭିନେତ୍ରୀ ଜଣକୁ କହୁଛନ୍ତି, ‘ମୁଁ ଜଣେ ମାଲାୟଲି ଏବଂ ମୁଁ ପରମ ସୁନ୍ଦରୀର ଟ୍ରେଲର ଦେଖିଲି। ଏହାକୁ ଦେଖିବା ପରେ ମୁଁ ବୁଝିପାରୁନାହିଁ ଯେ କାହିଁକି ଜଣେ ପ୍ରକୃତ ମାଲାୟଲି ଅଭିନେତ୍ରୀଙ୍କୁ ଏପରି ଫିଲ୍ମରେ କାଷ୍ଟ କରାଯାଏ ନାହିଁ ? ଆମେ କ’ଣ କମ୍ ପ୍ରତିଭାଶାଳୀ ?

https://www.instagram.com/pavithramenon/?utm_source=ig_embed&ig_rid=c40c2f5d-47ec-4e0e-bfe6-2869ab5f0a8a

ପବିତ୍ରା ଆହୁରି କହିଛନ୍ତି ଯେ, ମୁଁ ଯେପରି ହିନ୍ଦୀ କହିପାରେ ସେହିପରି ମୁଁ ମାଲାୟଲମ ବହୁତ ଭଲ କହିପାରେ। ତଥାପି ହିନ୍ଦୀ ଫିଲ୍ମରେ ଏହି ଭୂମିକା ପାଇଁ ଜଣେ ମାଲାୟଲୀ ଖୋଜିବା ଏତେ କଷ୍ଟକର ? ଆମେ ମଧ୍ୟ ବଡ଼ କାମ କରିଛୁ । ଆମେ କେବଳ ଚମେଲି ଫୁଲ ପିନ୍ଧୁନାହୁଁ ଏବଂ ମୋହିନୀଅଟ୍ଟମ୍ କରୁନାହୁଁ। ଯଦି ତୁମେ ତିରୁବନନ୍ତପୁରମ୍ କହିପାରୁନାହଁ, ତେବେ ତ୍ରିଭେନ୍ଦ୍ରମ୍ କୁହ ଆମେ ଖୁସି ହେବୁ।

ପବିତ୍ରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଜାହ୍ନବୀଙ୍କ ପ୍ରଶଂସକମାନେ ବିରୋଧ କରୁଥିବାର ଦେଖାଯାଇଛି। ସେହି ସମୟରେ କିଛି ୟୁଜର୍ସ ପବିତ୍ରାଙ୍କ ସମର୍ଥନ କରୁଥିବାର ଦେଖାଯାଇଛି ଏବଂ କହିଛନ୍ତି ଯେ ତୁମେ ଭଲ ଏବଂ ଠିକ୍ କହିଛ। ‘ପରମ ସୁନ୍ଦରୀ’ ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ୨୯ ଅଗଷ୍ଟ ୨୦୨୫ରେ  ରିଲିଜ୍ ହେବ। ଏହି ସିନେମାଟି ତୁଷାର ଜଲୋଟାଙ୍କ ଦ୍ୱାରା ନିର୍ଦ୍ଦେଶିତ।

 

Latest Posts

Don't Miss