ଲୋକପ୍ରିୟ ଅଭିନେତ୍ରୀଙ୍କୁ ମାଡ଼, ପୂର୍ବତନ ବୟଫ୍ରେଣ୍ଡ ବିରୋଧରେ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଜଣେ ଅଭିନେତ୍ରୀ ଶୋଷଣର ଶିକାର ହୋଇଛନ୍ତି । ନିଜ ସୋସିଆଲ ମିଡିଆରେ ସେ ଏପରି ଫଟୋ ଛାଡ଼ିଛନ୍ତି ତାଙ୍କୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି । ଜଣେ ଲୋକପ୍ରିୟ ଅଭିନେତ୍ରୀ ଏପରି ଶୋଷଣ ହେବା ସମସ୍ତଙ୍କୁ ଚକିତ କରିଛି । ଲୋକପ୍ରିୟ ମାଲାୟାଲମ ଅଭିନେତ୍ରୀ ଅନିକା ବିକ୍ରମନ୍ ତାଙ୍କ ପୂର୍ବତନ ବୟଫ୍ରେଣ୍ଡଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ବୟଫ୍ରେଣ୍ଡ ଅନୁପ ପିଲ୍ଲାଇ ତାଙ୍କୁ ଆକ୍ରମଣ ଏବଂ ଶୋଷଣ କରିଥିବା ସେ ଅଭିଯୋଗ କରିଛନ୍ତି।

ଅନିକା ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଦେଖାଯାଉଛି ତାଙ୍କର ଆଖି ଏବଂ ମୁହଁରେ ଆଘାତ ଲାଗିଛି । ଫଟୋରେ ତାଙ୍କର ଅବସ୍ଥା ଏତେ ଖରାପ ଦେଖାଯାଉଛି ଯେ, ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡ଼ିଛି ।

ଅନିକା ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ତାଙ୍କୁ ପୂର୍ବରୁ ମଧ୍ୟ ମାଡ ଦିଆଯାଉଥିଲା। ସେ ସେତେବେଳେ ଅଭିଯୋଗ କରିନଥିଲେ କାରଣ ତାଙ୍କ ପ୍ରେମିକ ତାଙ୍କ ପାଦ ତଳେ ପଡ଼ି କାନ୍ଦିବାକୁ ଲାଗୁଥିଲେ ।

ଅନିକା ଏକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, “ମୁଁ ଅନୁପ ପିଲ୍ଲାଇ ନାମକ ଜଣେ ବ୍ୟକ୍ତିଙ୍କୁ ଭଲ ପାଉଥିଲି। ସେ ଗତ କିଛି ବର୍ଷ ଧରି ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏପରି ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିକୁ ମୁଁ ପୂର୍ବରୁ କେବେ ଦେଖିନି । ଏପରି କରିବା ପରେ ସେ ମୋତେ ଡରାଉଥିଲେ ।

ଯେତେବେଳେ ସେ ମୋତେ ଦ୍ବିତୀୟ ଥର ମାଡ଼ ମାରିଥିଲା, ମୁଁ ବାଙ୍ଗାଲୋର ପୋଲିସ ନିକଟରେ ଅଭିଯୋଗ କରିଥିଲି। କିନ୍ତୁ ସେ ପୋଲିସଙ୍କୁ ଟଙ୍କା ମାମଲାର ଆପୋଷ ବୁଝାମଣା କରାଇ ଦେଇଥିଲେ । ପୋଲିସ ତାଙ୍କ ସହ ଅଛି ଜାଣି ସେ ମୋତେ ମାରିବାକୁ ସାହସ ପାଇଲା।

ସେ ଅନେକ ଥର ପ୍ରତାରଣା କରିଥିବାରୁ ମୋତେ ତାକୁ ଛାଡିବାକୁ ପଡିଲା, କିନ୍ତୁ ସେ ମୋତେ ଛାଡିବାକୁ ଚାହୁଁନଥିଲେ । ସେ ମୋ ଫୋନକୁ ମଧ୍ୟ ଭାଙ୍ଗିଦେଇଥିଲା ।

ଏପରି ଲେଖି ଅଭିନେତ୍ରୀ ଜଣଙ୍କ ବୟଫ୍ରେଣ୍ଡ ବିଷୟରେ ଖୁଲାସା କରିଛନ୍ତି ।