କେମିତି ତିଆରି ହୋଇଥିଲା ମହାଭାରତର ଟାଇଟଲ୍ ଗୀତ ‘ ଅଥ ଶ୍ରୀ ମହାଭାରତ କଥା’, ଜାଣନ୍ତୁ

ମୁମ୍ବାଇ:  ରାମାୟଣ ଏବଂ ମହାଭାରତରେ ଭାରତରେ ଆତ୍ମା ବାସକରେ ।  ରମାନନ୍ଦ ସାଗର ଏବଂ ବି.ଆର ଚୋପ୍ରା ଏହି ମହାନ ପୁରାଣକୁ ଜନସାଧାରଣଙ୍କ ପାଖକୁ  ଆଣିଥିଲେ ।  ରମାନନ୍ଦ ସାଗର ରାମାୟଣକୁ ଆଣି ଛୋଟ ପରଦାକୁ ବିଶାଳ କରିଦେଇଥିଲେ ତ’   ବି.ଆର ଚୋପ୍ରାଙ୍କ ମହାଭାରତ ଭାରତୀୟ ଟେଲିଭିଜନର ଇତିହାସକୁ ବଦଳାଇ ଦେଇଥିଲା ।  ଏବେ ଲକଡାଉନ୍ ଯୋଗୁଁ ରାମାୟଣ ରିଟେଲିକାଷ୍ଟ ହେଉଥିବାରୁ ଏନେଇ ଅନେକ ଚର୍ଚ୍ଚା ହେଉଛି । ଲୋକେ ରାମାୟଣ ଦେଖିବା ବହୁତ ପସନ୍ଦ କରୁଛନ୍ତି । ଅପରପକ୍ଷରେ ବି.ଆର ଚୋପ୍ରାଙ୍କ ମହାଭାରତ ମଧ୍ୟ ସବୁ ଦୃଷ୍ଟିରୁ ଇତିହାସ ସୃଷ୍ଟି କରିଛି । ମହାଭାରତ ଧାରାବାହିକର ପ୍ରତ୍ୟେକ ଚରିତ୍ର ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । କେବଳ ସେତିକି ନୁହେଁ ମହାଭାରତର ଥିମ୍ ସଙ୍ଗ ମଧ୍ୟ ସମସ୍ତଙ୍କ ମୁହଁରେ ଥିଲା ।

ମହାଭାରତର ଗୀତ ଆଜି ଯାଏଁ ମଧ୍ୟ ସମସ୍ତଙ୍କ ମନରେ ସତେଜ ଅଛି । ଯେଉଁ ଗୀତ ମହାଭାରତକୁ ଅମର  କରିଥିଲା ସେହି ଗୀତର ପ୍ରସ୍ତୁତି ବା ମେକିଂ ବିଷୟରେ କେହି ଜାଣିନଥିବେ । ତେବେ ମହାଭାରତର ଥିମ୍ ଗୀତ କିଭଳି ସୁଟ୍ ହୋଇଥିଲା  ଆସନ୍ତୁ ଜାଣିବା । ଏବେ ମହାଭାରତ ସୁଟିଂର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ମହାଭାରତର ଥିମ୍ ଗୀତର ସୁଟ୍ କରାଯାଉଛି।

ଭିଡିଓରେ ସଙ୍ଗୀତ ନିର୍ଦ୍ଦେଶକ ରାଜ କମଲ ମହାଭାରତର ଗୀତ ପ୍ରସ୍ତୁତ କରୁଛନ୍ତି । ରାଜ କମଲଙ୍କ ସହ ମହେନ୍ଦ୍ର କପୁର ତାଙ୍କର ଭରପୁର ସହଯୋଗ କରିବାରେ ନଜର ଆସିଛନ୍ତି । ମହେନ୍ଦ୍ର କପୁର ଏହି ଥିମ୍ ସଙ୍ଗଟିକୁ ଗାଇଛନ୍ତି । ତେବେ ବି.ଆର ଚୋପ୍ରାଙ୍କ ମହାଭାରତର ଆଉ ଏକ ବିଶେଷତ୍ୱ ​​ଥିଲା  । ତାହା ହେଉଛି ଧାରାବାହିକର ପ୍ରତ୍ୟେକ ଘଟଣା ଅନୁଯାୟୀ ଏକ ଗୀତ ତିଆରି ହେଉଥିଲା । ପ୍ରତ୍ୟେକ ଏପିସୋଡରେ ଏମିତି ଅନେକ ଘଟଣା ଘଟିଥିଲା ​​ଯେତେବେଳେ ଡାଇଲଗ ବଦଳରେ ଗୀତ ମାଧ୍ୟମରେ ଲୋକମାନଙ୍କୁ ବାର୍ତ୍ତାଳାପ ବିଷୟରେ କୁହାଯାଇଥିଲା । ଯାହା ବି.ଆର ଚୋପ୍ରାଙ୍କ ମହାଭାରତର ବିଶେଷତ୍ୱ ପାଲଟି ଯାଇଥିଲେ। ଭିଡିଓରେ ଏହା ମଧ୍ୟ ଦେଖାଯାଇଛି ଯେ, ବି.ଆର ଚୋପ୍ରା ନିଜେ ମହାଭାରତର ପ୍ରତ୍ୟେକ ଗୀତର ସୁଟିଂ ପ୍ରତି ଆଗ୍ରହ ଦେଖାଇଥିଲେ। କେବଳ ଏହି ସବୁ କାରଣ ପାଇଁ ମହାଭାରତ ଧାରାବାହିକ ହିଟ୍ ଥିଲା ।

୮୦ ଦଶକରେ ଭିଡିଓ ଇଫେକ୍ଟ ଦେଖାଇବା କିଛି ସହଜ କାମ ନଥିଲା । କିନ୍ତୁ ସେହି ସମୟରେ ମହାଭାରତ ଦର୍ଶକଙ୍କୁ ଖୁବ ସୁନ୍ଦର ଇଫେକ୍ଟ ଦେଖିବାର ସୁଯୋଗ ମିଳିଥିଲା । ଯାହା ଅନ୍ୟ କୌଣସି ସିରିଏଲରେ ଦେଖିବାକୁ ମିଳୁନଥିଲା । ମହାଭାରତର ଟିମ୍ ମେମ୍ୱର୍ସଙ୍କ ପରିଶ୍ରମର ପ୍ରଭାବ ଟେଲିକାଷ୍ଟ ବେଳେ ଦେଖିବାକୁ ମିଳିଥିଲା । ଏହା ଦର୍ଶକଙ୍କ ପାଇଁ କୌଣସି ଉପହାରରୁ କମ ନଥିଲା । ଏହି କାରଣରୁ ଏହି ସିରିଏଲ ସମସ୍ତଙ୍କ ମନପସନ୍ଦ ଥିଲା । ସେଥିପାଇଁ ଏବେ ମଧ୍ୟ ରାମାୟଣ ଏବଂ ମହାଭାରତର ରିଟେଲିକାଷ୍ଟ ଅନେକ ଲୋକଙ୍କୁ ପସନ୍ଦ ଆସୁଛି ।

 

 

Leave a Reply