ହ୍ୟାକ୍‌ କଲେ ବାରାକ୍‌ ଓବାମା ସମେତ ଅନ୍ୟ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଣ୍ଟ: ହେଲେ…

Major Twitter Accounts Hacked in Bitcoin Scam

ଭୁବନେଶ୍ୱର ବ୍ୟୁରୋ, (ଅନୁଜ ଦାସ): ସାଇବର ଠକଙ୍କ ନୂଆ ଚାଲ୍  । ଟଙ୍କା ଲୁଟିବା ନୂଆ ଯୋଜନା । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଟ୍ୱିଟ୍‌ର ଆକାଉଣ୍ଟକୁ କଲେ ହ୍ୟାକ୍  । ବିଲ ଗେଟ୍ସ ,ବାରକ ଓବାମା , ଇଲ୍ଟନ ମସ୍କ ଓ ବେଞ୍ଜାମିନ ନେତନ୍ୟାହୁଙ୍କ ଭଳି ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ ଟଙ୍କା ଲୁଟିବା ପାଇଁ ସାଇବର ଠକ ପକାଇଥିଲେ ଜାଲ । କିନ୍ତୁ ଫେଲ ମାରିଲା ସବୁ ଯୋଜନା  ।

ଲୋକଙ୍କ ଆକାଉଣ୍ଟ ଖାଲି କରିବା ପାଇଁ ସାଇବର ଠକ ସବୁବେଳେ ନୂଆ ନୂଆ ଯୋଜନା ଚଳାଇଥାଏ  । ଏଥର ପୁଣି ନୂଆ ଶୈଳୀରେ ଟଙ୍କା ଲୁଟିବା ପାଇଁ ଜାଲ ବିଛାଇଥିଲେ ସାଇବର ଠକ  ।  ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍ କରି ବିଟ କଏନ ପଠାଇବା ପାଇଁ କରାଯାଇଥିଲା ନିବେଦନ  ।

ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସଙ୍କ ସମେତ ଟେସ୍ଲା ସିଇଓ ଇଲ୍ବନ ମସ୍କ , ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରକ ଓବାମା , ଆମେରିକାର ପୂର୍ବ ଉପ ରାଷ୍ଟ୍ରପତି ଜୋ ବିଡେନ , ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ କରିଥିଲେ ହ୍ୟାକର  ।  ଏପରି ନୂଆ ଟ୍ରେଣ୍ଡ ପାଇଁ ଟ୍ବିଟର ବ୍ୟବହାରକାରୀ ଟ୍ବିଟର ଆକାଉଣ୍ଟ ଖୋଲିବା ସମୟରେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଟି ଏକ୍ସପର୍ଟ  ।

ଆକାଉଣ୍ଟ ହ୍ୟାକ ପରେ ଟ୍ୱିଟର ପୋଷ୍ଟରେ ବିଟ୍ କଏନ ସମ୍ପର୍କରେ ଲେଖାଯାଇଥିଲା  । ଏହାସହ ଗୋଟିଏ ଲିଙ୍କ ବି ସେଥିରେ ଲେଖାଯାଇଥିଲା  ।  ଲିଙ୍କ କ୍ଲିକ କରି ବିଟ କଏନ ଦେବା ପାଇଁ ଲେଖାଯାଇଥିଲା  ।

ଯିଏ ଯେତିକି ବିଟ କଏନ ଦେବ ତାହାର ଦୁଇ ଗୁଣା ଦିଆଯିବ ବୋଲି ଲେଖାଯାଇଥିଲା  ।  ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଆକାଉଣ୍ଟରେ ଏପରି ଲେଖିଲେ ଅନେକ ବିଶ୍ବାସ କରିବେ ବୋଲି ଏଭଳି ଲୋକଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା ବୋଲି କହିଛନ୍ତି ଏକ୍ସପର୍ଟ  ।

ଟ୍ୱିଟର ଆକାଉଣ୍ଟ ହ୍ୟାକ ହେବାର କିଛି ସମୟ ପରେ ଟ୍ୱିଟର ସପୋର୍ଟ ପକ୍ଷରୁ ଏହି ଟ୍ୱିଟ୍ କରାଯ଼ାଇଥିଲା  ।  ଏହାପରେ ଏହାର ତଦନ୍ତ କରିବା ସହ ଏନେଇ ସମୀକ୍ଷା କରିଛି ଟ୍ୱିଟର ସଂସ୍ଥା  ।

Leave a Reply