୮ ଆଇଏଏସଙ୍କୁ ନୂଆ ଦାୟିତ୍ବ, ବଦଳିଲେ ନୟାଗଡ ଜିଲ୍ଲାପାଳ
1 min read
ଭୁବନେଶ୍ବର: ଆଇଏଏସ ସ୍ତରରେ ଅଦଳବଦଳ । ୮ ଆଇଏଏସଙ୍କୁ ନୂଆ ଦାୟିତ୍ବ । ରବୀନ୍ଦ୍ରନାଥ ସାହୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ଡ. ପୋମା ଟୁଡୁ ଓଡ଼ିଶା ଷ୍ଟେଟ ମେଡିକାଲ କର୍ପୋରେସନ MD ଭାବେ ବଦଳି ହୋଇଛନ୍ତି । ନୟାଗଡ଼ ଜିଲ୍ଲାପାଳ ଥିଲେ ପୋମା ଟୁଡୁ ।
ସେହିଭଳି କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ଆଦିତ୍ୟ ଗୋୟଲଙ୍କୁ ବରଗଡ଼ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । କେ ଆଶୁତୋଷଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ, ମଧୁମିତାଙ୍କୁ ବାଲିଗୁଡା ଉପଜିଲ୍ଲାପାଳ ଭାବେ, ବେଦଭୂଷଣଙ୍କୁ ଧର୍ମଗଡ ଉପଜିଲ୍ଲାପାଳ ଭାବେ, ସି.କେ ମୋତିରାମଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ ବିଭୂତି ଭୂଷଣ ନାୟକଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।