ଜଳିଗଲା ୭୦ରୁ ଅଧିକ ଦୋକାନ

1 min read

ସମ୍ବଲପୁର: ବିଳମ୍ବିତ ରାତିରେ ଗୋଲ ବଜାର ପରିବା ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ୭୦ରୁ ଅଧିକ ଦୋକାନ ଜଳି ଯାଇଛି । ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଅଗ୍ନିଶମ ବିଭାଗର ୩ଟି ଟିମ୍ ନିଆଁକୁ ଆୟତ୍ତ କରିଥିଲେ । ଆକଳନ ପରେ କ୍ଷୟକ୍ଷତିର ପରିମାଣ ଜଣାପଡ଼ିବ । ଦୀପାବଳିରେ ଲାଗିଥିବା ଦୀପ ନିଆଁରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ତେବେ, ପ୍ରକୃତ କାରଣ ଜଣାପଡ଼ିନାହିଁ ।

ଗତ ୨୦୧୭ ମସିହାରେ ମଧ୍ୟ ଗୋଲ ବଜାର ପରିବା ମାର୍କେଟରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ')}

Leave a Reply