ନିମାପଡ଼ାରେ ମୁଖ୍ୟ ମୁଦ୍ଦା ବିକାଶ ସହ ବେକାରୀ ଓ ଦରଦାମ ବୃଦ୍ଧି
ନିମାପଡ଼ା: ଜଗତସିଂହପୁର ଲୋକସଭା କ୍ଷେତ୍ରର ଅନ୍ୟତମ ପଅମୁଖ ବିଧାନସଭା ଆସନ ହେଲା ପୁରୀ ଜିଲ୍ଲାର ନିମାପଡ଼ା । ଜୁନ ୧ ଏକ ତାରିଖରେ ଶେଷ ପର୍ଯ୍ୟାୟରେ ଏଠାରେ ନିର୍ବାଚନ ହେବାକୁ ଯାଉଛି । ଏବେ ପ୍ରଚାରରେ ମୈଦାନ ପ୍ରକମ୍ପିତ ହେଉଛି । ତେବେ ଏଠିକାର ଭୋଟର ଖୁବ୍ ସଚେତନ । ଅଞ୍ଚଳର ବିକାଶ ସହ ବେକାରୀ, ଦୁର୍ନୀତି ଓ ମହଙ୍ଗା ସମସ୍ୟା ଏଠାରେ ପାଲଟିଛି ମୁଖ୍ଯ ମୁଦ୍ଦା । ରାଜ୍ଯ ସରକାରଙ୍କ ପକ୍ଷରୁ ଏଠାରେ ଅନେକ ବିକାଶ ହୋଇଥିବାରୁ ଚଳିତ ନିର୍ବାଚନରେ ବିଜେଡିକୁ ମିଳୁଛି ବିପୁଳ ସମର୍ଥନ ।
ନିର୍ବାଚନକୁ ନେଇ ନିମାପଡ଼ାରେ ସରଗରମ ରାଜନୈତିକ ମାହୋଲ । ବିଜେଡିର ଗଡ଼ ରହି ଆସିଥିବା ଏହି ଆସନରେ ଗତ ନିର୍ବାଚନରେ ସମୀର ରଞ୍ଜନ ଦାଶ ବିଧାୟକ ଥିଲେ । ତେବେ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ଦିଲୀପ ନାୟକ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ରାଜ୍ଯ ସରକାରଙ୍କ ପକ୍ଷରୁ ଏଠି ଅନେକ ବିକାଶ କାର୍ଯ୍ଯ ହୋଇଛି । ଏଥିପାଇଁ ଚଳିତ ନିର୍ବାଚନରେ ବିଜେଡିକୁ ମିଳୁଛି ବିପୁଳ ସମର୍ଥନ । ତେବେ ବିଭିନ୍ନ ଦଳର ଇସ୍ତାହାର ଧୂଆଁବାଣ ଏଠାରେ ସାଧାରଣ ଭୋଟରଙ୍କୁ ପ୍ରଭାବିତ କରି ପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ଚଳିତ ନିର୍ବାଚନରେ ନିମାପଡ଼ାରେ ରହିଛି ଅନେକ ପ୍ରସଙ୍ଗ । ବିଶେଷ କରି ବିକାଶ, ବେକାରୀ, ଦୁର୍ନୀତି ଓ ମହଙ୍ଗା ପରି ଅନେକ ପ୍ରସଙ୍ଗ ସାଜିଛି ମୁଦ୍ଦା । ୩ ଦଳ ପକ୍ଷରୁ ଏଠାରେ ପ୍ରଚାର ଜୋରଦାର କରାଯାଇଥିବା ବେଳେ ୧ ତାରିଖକୁ ରହିଛି ଲୋକଙ୍କ ଅପେକ୍ଷା । ବିକାଶ ପାଇଁ ସମସ୍ତଙ୍କ ହୃଦୟରେ ନବୀନଙ୍କ ପ୍ରତି ରହିଛି ଶ୍ରଦ୍ଧା ଓ ବିଶ୍ବାସ । ଏଠାକାର ଭୋଟର ବେଶ ସଚେତନ ଥିବାରୁ ଚଳିବବର୍ଷ ମଧ୍ଯ ଗଡ଼ ରକ୍ଷା କରିବାରେ ବିଜେଡି ସକ୍ଷମ ହେବ ବୋଲି ଭୋଟର ମତ ଦେଇଛନ୍ତି ।