ହତ୍ୟାର ଦୃଶ୍ୟ ବୟାନ ବେଳେ କାନ୍ଦିପକାଇଲା ଶର୍ମିଷ୍ଠା

ଭୁବନେଶ୍ୱର: କ୍ରାଇମସିନ୍ ରିକ୍ରିଏଟ କରୁଛି କ୍ରାଇମବ୍ରାଞ୍ଚ । କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ସିରିଜ ଡେମୋ କରିଚାଲିଛି କ୍ରାଇମବ୍ରାଞ୍ଚ। ଚାନ୍ଦବାଲି ଓ ଭୁବନେଶ୍ବର ଦୟାଲ ଆଶ୍ରମ ପରେ ଏବେ ନୟାଗଡ ଜିଲ୍ଲା ରଣପୁର ବଧିପାଟଣା କ୍ରାଇମସ୍ପଟ ଅଭିମୁଖେ ବାହାରିଛି କ୍ରାଇମବ୍ରାଞ୍ଚ ଟିମ୍ । ମାନସଙ୍କୁ ହତ୍ୟାପରେ ଏଠାରେ ପୋତାଯାଇଥିଲା । କେମିତି ଏଠାରେ ପୋତା ଯାଇଥିଲା ମାନସଙ୍କ ମୃତଦେହ ଓ ପ୍ରମାଣ ଲୁଚାଇବାକୁ କଣ ହୋଇଥିଲା ପ୍ଲାନ୍‌, ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ଦେଖାଇବ ଡେମୋ ।

ସେପଟେ ଆଜି ସକାଳେ ପ୍ରଥମେ ଚାନ୍ଦବାଲିରେ ଶର୍ମିଷ୍ଠା କ୍ରାଇମସିନ୍ ରିକ୍ରିଏସନ୍ କରି ଦେଖାଇଥିଲା । କେମିତି ଚାନ୍ଦବାଲିରେ ମାନସକୁ ଅପହରଣ କରାଯାଇଥିଲା, କେମିତି ଓ କିପରି ମାନସ ପାଖରେ ପହଁଛିଥିଲେ ତାହା ବଖାଣିଥିଲା ଶର୍ମିଷ୍ଠା । ପରେ ସେଠାରୁ ଆସି ଶର୍ମିଷ୍ଠାକୁ ଭୁବନେଶ୍ବର ଦୟାଲ ଆଶ୍ରମ ଅଣାଯାଇଥିଲା । ଦୟାଲ ଆଶ୍ରମରେ ମଧ୍ୟ ଶର୍ମିଷ୍ଠା କିପରି ମାନସଙ୍କୁ ନିର୍ଯାତନା ଦେଇଥିଲା ଓ ହତ୍ୟା କରିଥିଲା ତାହାକୁ ବଖାଣିଛି ହତ୍ୟାକାରୀ ଶର୍ମିଷ୍ଠା  ।

ସେପଟେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା କହିଛି ନିର୍ଯାତନା ଓ ହତ୍ୟା ବେଳର ସତ । ସତ କହିବା ବେଳେ କାନ୍ଦି ପକାଇଥିଲା ଶର୍ମିଷ୍ଠା । ହତ୍ୟାର ଦୃଶ୍ୟକୁ ବୟାନ କରିବାବେଳେ କୋହ ସମ୍ଭାଳି ପାରିନଥିଲା ହତ୍ୟାକାରୀ ଶର୍ମିଷ୍ଠା ରାଉତ  । ତେବେ ଚାନ୍ଦବାଲିରୁ ଅପହରଣ ପରେ ଦୟାଲ ଆଶ୍ରମରେ ମାନସଙ୍କୁ ନୃଶଂସ ଭାବେ ନିର୍ଯାତନା ଦିଆଯାଇଥିବା ନିଜେ ହିଁ ସତ ମାନିଛି ଶର୍ମିଷ୍ଠା  । ପରେ ମୃତ ଦେହକୁ ରଣପୁରର ବଧିପାଟଣାରେ ପୋତା ଯାଇଥିଲା । ବଧିପାଟଣା ଅଭିମୁଖେ ମଧ୍ୟ କ୍ରାଇମବ୍ରାଞ୍ଚ ଗ୍ରସ୍ତ କରିଛି  ।