spot_img

Latest Posts

ମହିଳା ସଂରକ୍ଷଣ ବିଲ୍ କାହିଁକି ଲାଗୁ ହେଉନି? ସରକାରଙ୍କୁ ଦେବୀ ମିଶ୍ରଙ୍କ ପ୍ରଶ୍ନ

ଭୁବନେଶ୍ଚର; ଚଳିତ ବର୍ଷ ଲାଗୁକର ମହିଳା ସଂରକ୍ଷଣ ବିଲ । ମହିଳା ସଂରକ୍ଷଣ ବିଲକୁ ତୁରନ୍ତ ଲାଗୁ କରାଯାଉ ବୋଲି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରଶ୍ନ କରିଛନ୍ତି ଯେ, ୨୦୨୩ରେ ମହିଳା ସଂରକ୍ଷଣ ବିଲ ପାସ ହୋଇଛି ତାହାକୁ କାର୍ଯ୍ୟକାରୀ କାହିଁକି କରାଯାଉ ନାହିଁ ? ସଂରକ୍ଷଣ ଆଳ କାହିଁକି ଦେଖାଉଛନ୍ତି ସରକାର ? ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣର ପାୟୋନିୟର । ବିଜୁ ବାବୁ ବି ମହିଳା ସଂରକ୍ଷଣର ପ୍ରବାଦ ପୁରୁଷ । ସେ ପୌରାଞ୍ଚଳ ଓ ପଞ୍ଚାୟତ ୫୦ ପ୍ରତିଶତ ସଂରକ୍ଷଣ ଲାଗୁକରିଥିଲେ । ମହିଳା ସଂରକ୍ଷଣ ପାଇଁ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁ ରାଜନୈତିକ ଦଳର ସହଯୋଗ ଲୋଡିଥିଲା ବିଜେଡି । ସବୁ ରାଜ୍ୟ ଗସ୍ତ କରି ସମର୍ଥନ ହାସଲ କରିଥିଲା ବିଜେଡି । ନବୀନ ପଟ୍ଟନାୟକ ଦାବି କରିବାରୁ ସଂସଦରେ ବିଲ ପାରିତ ହୋଇଥିଲା । ତୁରନ୍ତ ଏହି ସଂରକ୍ଷଣ ଲାଗୁ କରିବାକୁ ଏବେ ବି ସବୁଦଳ ଦାବି କରୁଛନ୍ତି । ସେପଟେ ୨୦୨୩ରେ ପାରିତ ମହିଳା ସଂରକ୍ଷଣ ବିଲ ସରକାର ତୁରନ୍ତ ଲାଗୁ କରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଆଜି ଭଲ ଦିନ ଥିଲା । ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଘୋଷଣା କରିପାରିଥାନ୍ତେ । କିନ୍ତୁ କାହିଁକି ଘୋଷଣା କଲେନି ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ୨୦୨୯ ବହୁତ ବାଟ ଅଛି । ମହିଳାଙ୍କୁ ମିଛ ଆଶା ଦେଇଛନ୍ତି ସରକାର । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୨୭ଟଙ୍କା ୪୦ ପଇସା ଦେଉଛନ୍ତି ସରକାର । ସେଥିରେ ବାହାଦୁରି ମାରିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

Latest Posts

Don't Miss