ପୁରୀ ସ୍ବର୍ଗଦ୍ବାରରେ ମହେଶ୍ବର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ, ପୁଅ ସୁନିଲ ଦେଲେ ମୁଖାଗ୍ନି

ପୁରୀ: ବରିଷ୍ଠ ବିଜେଡି ନେତା ତଥା ଓଡ଼ିଶାର ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ସରିଲା ଶେଷକୃତ୍ୟ । ପଞ୍ଚଭୂତରେ ବିଲିନ ହେଲା ମହେଶ୍ବରଙ୍କ ମରଶରୀର । ପୁରୀ ସ୍ବର୍ଗଦ୍ବାରରେ ମହେଶ୍ବରଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପୁଅ ସୁନିଲ ସୁନିଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି । ଶେଷ ଦର୍ଶନ ପାଇଁ ସ୍ବର୍ଗଦ୍ବାରରେ ଲାଗିଛି ଲୋକଙ୍କ ଭିଡ଼ । ଏକ ଶୋକାକୂଳ ପରିବେଶ ସହ ସମ୍ପନ୍ନ ହୋଇଛି ଶେଷକୃତ୍ୟ ।

ସୂଚନା ଥାଉକି, ପୁରୀ ବାସଭବନ ଓ ବିଜେଡି କାର୍ଯ୍ୟାଳୟରେ ଶେଷ ଦର୍ଶନ କରିଥିଲେ ପରିବାର, ନେତା ଓ କର୍ମୀ । ଶଙ୍ଖଭବନରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ୬୭ ବର୍ଷ ବୟସରେ ମହେଶ୍ବରଙ୍କର ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କର ଦେହାନ୍ତ ହୋଇଛି । ଗତ ୧ ତାରିଖ ରାତିରେ ମହେଶ୍ବର ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ତାଙ୍କୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩ଟା ୨୫ରେ ତାଙ୍କର ପରଲୋକ ହୋଇଛି । ମହେଶ୍ବରଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ରାଜନେତା । ତାଙ୍କ ବିୟୋଗ ପୁରୀ ତଥା ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି । ମହେଶ୍ବରଙ୍କ ବିୟୋଗ ଖବର ଶୁଣିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ହସପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ବଶିଷ୍ଟ ବ୍ୟକ୍ତି ବିଶେଷ । ମେଡିକାଲରୁ ମହେଶ୍ବରଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହେଶ୍ବରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିପରି ଦଳୀୟ ନେତା ଓ କର୍ମୀ ମଧ୍ୟ ଶେଷ ଦର୍ଶନ କରିଥିଲେ । ଶଙ୍ଖ ଭବନ ପରେ ବିଧାନସଭାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ବିଧାନସଭାରେ ବହୁ ମନ୍ତ୍ରୀ, ସରକାରୀ ମୁଖ୍ୟ ସଚେତକଙ୍କ ସମେତ ସବୁ ଦଳର ବିଧାୟକ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତିଚାରଣ କରିଥିଲେ । ଏହାପରେ ପିପିଲିରେ ଶେଷ ଦର୍ଶନ କରିଥିଲେ ସ୍ଥାନୀୟ ନେତା ଓ ଜନତା । ପରେ ସତ୍ୟବାଦୀ ସହ ଅନ୍ୟ ଅଞ୍ଚଳରେ ମଧ୍ୟ ଶେଷ ଦର୍ଶନ କରିଥିଲେ ଜନତା ।