ମର୍ଡର ନା ସୁଇସାଇଡ! ନିଜ ଆଡୁ ସଂପର୍କ ଭାଙ୍ଗିଥିଲେ ରିୟା, ଗୁମର ଖୋଲିବ ସିବିଆଇ

1 min read

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ତଦନ୍ତକାରୀ ଟିମ୍ ଆଜି ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଭେଟି ତାଙ୍କଠାରୁ ଡକ୍ୟୁମେଣ୍ଟ ସଂଗ୍ରହ କରିବ । ମାମଲାରେ ସମସ୍ତ ତଥ୍ୟ, ରେକର୍ଡ ହୋଇଥିବା ବୟାନ, ଫରେନ୍‌ସିକ ଓ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯିବ । ସୁଶାନ୍ତଙ୍କ ଫ୍ଲାଟକୁ ଯାଇ ତଦନ୍ତ କରିବ ସିବିଆଇ ଟିମ୍ । ସେଠାରେ କ୍ରାଇମ ସିନ୍ ରିକ୍ରିଏଟ୍ କରିବା ନେଇ ସୂଚନା ମିଳିଛି ।

ଅପରପକ୍ଷରେ ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ହ୍ୱାଟ୍‌ସ ଆପ ଚାଟ୍ ସାମ୍ନାକୁ ଆସିଛି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ରିୟା ଓ ମହେଶ ଭଟ୍ଟଙ୍କ ସମ୍ପର୍କ କାହାକୁ ଅଜଣା । ଏହା ପ୍ରଥମଥର ନୁହେଁ ଯାହାକୁ ନେଇ କିଛି ଖବର ଭାଇରାଲ ହୋଇଛି । ଜୁନ୍ ୮ରେ ସୁଶାନ୍ତଙ୍କ ଘର ଛାଡ଼ିବା ପରେ ରିୟା ମହେଶ ଭଟ୍ଟଙ୍କ ସହ ଚାଟ୍ କରିଥିଲେ । ଏଥିରେ ରିୟା ନିଜ ଆଡୁ ସୁଶାନ୍ତଙ୍କ ସହ ସଂପର୍କ ଛିନ୍ନ କରିଥିବା ଲେଖିଛନ୍ତି । ଏଥିରୁ ଜଣାପଡୁଛି ମହେଶ ଭଟ୍ଟ ମଧ୍ୟ ଉଭୟଙ୍କ ସଂପର୍କ ଭାଙ୍ଗିବା ସଂପର୍କରେ ଜାଣିଥିଲେ ।

ରିୟା ଚକ୍ରବର୍ତ୍ତୀଙ୍କ ମେସେଜରେ ମହେଶ ଭଟ୍ଟ ଲେଖିଛନ୍ତି ଯେ, “ବର୍ତ୍ତମାନ ପଛକୁ  ଆଉ ଦେଖ ନାହିଁ । ଏବେ ଯାହା କରିବା ଆବଶ୍ୟକ ତାହା କର । ତୁମ ବାପାଙ୍କୁ ମୋର ସମ୍ମାନ ଜଣାଇବ, ସେ ବହୁତ ଖୁସି ହେବେ। ”ଏହା ପରେ ରିୟା ଲେଖିଛନ୍ତି ଯେ, ସବୁବେଳେ ତାଙ୍କ ପାଇଁ ସ୍ପେଶାଲ ହୋଇଥିବାରୁ ମହେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।  ରିୟା ଚକ୍ରବର୍ତ୍ତୀ ୨୦୧୮ ମସିହାରେ “ଜଲେବି” ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ରିୟା ଆୟେଶା ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ସୁପର ଫ୍ଲପ୍ ହୋଇଥିଲା । ଏହି ଫିଲ୍ମର ନିର୍ମାତା ଥିଲେ ମହେଶ ଭଟ୍ଟ  । ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ମହେଶ ଭଟ୍ଟ ତାଙ୍କର ପ୍ରଥମ ବୟାନରେ କହିଥିଲେ ଯେ, ସୁଶାନ୍ତଙ୍କ ଅବସ୍ଥା ପରବିନ ବାବିଙ୍କ ଭଳି ହୋଇଯାଇଥିଲା । ମହେଶ ଭଟ୍ଟ ମଧ୍ୟ ସୁଶାନ୍ତ ଏବଂ ରିୟାଙ୍କ ସମ୍ପର୍କରେ ହସ୍ତକ୍ଷେପ୍ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ମହେଶ ଭଟ୍ଟ ରିୟାଙ୍କୁ ଏହି ସମ୍ପର୍କ ଭାଙ୍ଗିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

mahesh bhat riya

ରିୟା-ମହେଶଙ୍କ ହ୍ୱାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ଜଣା ପଡିଛି ଯେ, ରିୟା ମହେଶ ଭଟ୍ଟଙ୍କୁ ନିଜ ଜୀବନରେ ଭଗବାନଙ୍କ ସ୍ଥାନ ଦେଇଥିଲେ । ମହେଶ ଭଟ୍ଟ ରିୟା ଚକ୍ରବର୍ତ୍ତୀଙ୍କୁ ଉତ୍ତରରେ କହିଛନ୍ତି ଯେ, “ଯଦି ମୁଁ ତୁମର କୌଣସି କାମ କରିପାରିବି ନାହିଁ ତେବେ ମୁଁ ଅର୍ଥହୀନ। ନିଜ ଜୀବନରେ ମହେଶଙ୍କୁ ଭେଟିବା ପାଇଁ ରିୟା ନିଜକୁ ଭାଗ୍ୟବାନ ମାନିଛନ୍ତି । ଏହା ସହିତ ଟ୍ୟାଟ୍ ରିୟା ଅନେକ ଇମୋଜି ମଧ୍ୟ ସେୟାର କରିଛନ୍ତି ।

ଲିକ୍ ହୋଇଥିବା ହ୍ୱାଟସ୍ ଆପ୍ ଚାଟ୍ ଦର୍ଶାଉଛି ଯେ, ରିୟା ଚକ୍ରବର୍ତ୍ତୀ ନିଜେ ସୁଶାନ୍ତ ସିଂ ରାଜପୁତଙ୍କ ଘରୁ ବାହାରିଥିଲେ ଏବଂ ସେ ମଧ୍ୟ ଏହି ସମ୍ପର୍କକୁ ନେଇ ଖୁସି ନଥିଲେ। ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ ଝଗଡା ହୋଇଥିଲା ବୋଲି ସୂଚନା ମିଳିଛି । ହେଲେ ଏହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ସବୁ କାରନାମାରେ ମହେଶ ଭଟ୍ଟଙ୍କର ଏଥିରେ ବଡ଼ ହାତ ଥିଲା  । କାରଣ ରିୟା ତାଙ୍କ ନିର୍ଦ୍ଦେଶନାରେ ଏଭଳି ପଦକ୍ଷେପ ନେଇଥିଲେ। ସିବିଆଇ ଟିମ୍ ଆଇପିସିର ବିଭିନ୍ନ ଧାରା ଅନୁସାରେ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଛି। ତେବେ ଜୁନ୍ ୮ ତାରିଖରେ ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ କ’ଣ ଘଟିଥିଲା ​​ତାହା ସିବିଆଇ ବର୍ତ୍ତମାନ ଅନୁସନ୍ଧାନ କରୁଛି ।

Leave a Reply