୬ ସ୍କୁଲ ପିଲାଙ୍କ ଜୀବନ ନେଇଥିବା ବସରେ କ’ଣ ସବୁ ତ୍ରୁଟି ଥିଲା ?

ବ୍ୟୁରୋ ରିପୋର୍ଟ: ହରିୟାଣାର ମହେନ୍ଦ୍ରଗଡରେ ଗତକାଲି ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି। ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ସ୍କୁଲ କର୍ତ୍ତୁପକ୍ଷ ମଧ୍ୟ ସମାନ ଭାବରେ ଦାୟୀ ଅଛନ୍ତି। ଏଥିପାଇଁ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ଏହି ମାମଲାରେ ସ୍କୁଲ କର୍ତ୍ତୁପକ୍ଷ ଗତକାଲି ଇଦ୍ରେ କାହିଁକି ସ୍କୁଲ ଖୋଲାରଖିଥିଲେ ? ଏବଂ ବସର ରୋଡ୍ ପରିମିଟ୍ ନଥିବା ବେଳେ କାହିଁକି ଚଳାଇବାକୁ ଅନୁମତି ଦିଆଯାଇଥିଲା ସେ ନେଇ କାରଣ ଦର୍ଶଅ ନୋଟିସ୍ ଜାରି ହୋଇଛି। କେବଳ ସେତିକି ନୁହେଁ ବସର ଅନେକ ତ୍ରୁଟି ମଧ୍ୟ ରହିଛି।
ପରିବହନ ବିଭାଗର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସର ଫିଟନେସ୍ ସାର୍ଟିଫିକେଟର ଅବଧି ଛଅ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ ରେ ଶେଷ ହୋଇଯାଇଥିଲା । ୧୦୧୭ ମସିହାରୁ ବସର ରୋଡ୍ ଟ୍ୟାକ୍ସ ମଧ୍ୟ ଦିଆଯାଇନାହିଁ। ବସଟିରେ ୱିଣ୍ଡୋ ଗ୍ରିଲ୍ ମଧ୍ୟ ନଥିଲା, ଯଦିଓ ସ୍କୁଲ ପିଲାମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ଅଟେ। ପ୍ରାଥମିକ ଚିକିତ୍ସା ପାଇଁ ବସ୍ ଭିତରେ କୌଣସି ପ୍ରାଥମିକ ସହାୟତା ବାକ୍ସ ରଖାଯାଇ ନଥିଲା। ଦୁର୍ଘଟଣାଗ୍ରସ୍ତ ବସଟି ବ୍ୟାପକ ନୀୟମ ଉଲ୍ଲଂଘନ କରିଛି । ଏହି ଘଟଣାରେ ପରିବହନ ବିଭାଗର ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କୁ ସସ୍ପେଣ୍ଡ କରାଯାଇଛି।