ବଢ଼ୁଛି ବିଜେଡି ଶକ୍ତି, ହାତ ଛାଡ଼ି ଶଙ୍ଖ ଧରିଲେ ମହେନ୍ଦ୍ର ନାୟକ

ଭୁବନେଶ୍ୱର:  ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଢ଼ିଲା ବିଜେଡିର ଶକ୍ତି । ହାତ ଛାଡ଼ି ଶଙ୍ଖ ଧରିଲେ ମହେନ୍ଦ୍ର ନାୟକ । ବିଜେଡି କାର୍ଯ୍ୟାଳୟରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମହେନ୍ଦ୍ର । ୨୦୧୯ର କଂଗ୍ରେସ ବିଧାୟକ ପାର୍ଥି ମହେନ୍ଦ୍ର ନାୟକ ନିଜ ସମର୍ଥକଙ୍କ ସହ କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି ।

ମହେନ୍ଦ୍ର ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସରୁ ପାର୍ଥି ହୋଇ ୧୮୮୨୩ ଖଣ୍ଡ ଭୋଟ ପାଇଥିଲେ । ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାର ବହୁ କର୍ମକର୍ତ୍ତା ବିଜେଡିରେ ସାମିଲ ହୋଇଛନ୍ତି । ଅଖିଳ ଭାରତୀୟ ଗଣ୍ଡ ମହାସଭାର ସଭାପତି ମହେନ୍ଦ୍ର ନାୟକ । ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ତାଙ୍କ ସହ ୬୦ରୁ ଉର୍ଦ୍ଧ୍ୱ ଗଣ୍ଡ ମହାସଭାର କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ଲକ୍ଷାଧିକ ଆଦିବାସୀ ଭୋଟର ବିଜେଡି ପ୍ରାର୍ଥ ଦୀପାଳି ଦାସଙ୍କ ସହ ରହିଛନ୍ତି ବୋଲି ସେ କହିଛନ୍ତି । ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିଛି ।