spot_img

Latest Posts

ଜାଣନ୍ତୁ କେତେ ଟଙ୍କାରେ ନିଲାମ ହେଲା ମହାତ୍ମା ଗାନ୍ଧୀଙ୍କ ଚଷମା

ଲଣ୍ଡନ: ବ୍ରିଟେନର ବ୍ରିଷ୍ଟଲରେ ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଚଷମାର ନୀଲାମ ହୋଇଛି । ଶୁକ୍ରବାରକୁ ହୋଇଥିବା ଏହି ଅନଲାଇନ ନୀଲାମରେ ମହାତ୍ମା ଗାନ୍ଧୀଙ୍କ ଚଷମାକୁ ନୀଲାମ ଡାକିବାର ୬ ମିନିଟରେ ଆମେରିକାର ଜଣେ ଜିଲ୍ଲାପାଳ ତାହାକୁ ୨ କୋଟି ୫୫ ଲକ୍ଷରେ କିଣିଛନ୍ତି । ଏହି ନିଲାମ ଇଷ୍ଟ ବ୍ରିଷ୍ଟଲ ଅକ୍ସନ୍ସ ଏଜେନ୍ସି ତରଫରୁ ହୋଇଥିଲା । ଏହାର ନିଲାମ କର୍ତ୍ତା ଏଣ୍ଡ୍ରୟୁ ଷ୍ଟୋଙ୍କ କହିବା ଅନୁସାରେ ଏହି ନିଲାମ ଦ୍ୱାରା କମ୍ପାନୀ ନାମରେ ଏକ ଅଦ୍ଭୁତପୂର୍ବ ରେକର୍ଡ଼ ହୋଇଛି । ଏହା ସହିତ ଅନ୍ତଃରାଷ୍ଟ୍ରୀୟ ମହତ୍ୱ ଗାଥା ମଧ୍ୟ ଆଲୋଚନାର ବିଷୟ ସାଜିଛି । ନିଲାମ କର୍ତ୍ତା ଏହା ମଧ୍ୟ କହିଛନ୍ତିଯେ ଏହି ଚଷମାର ମାଲିକ ଜଣେ ବୟସ୍କ ବ୍ୟକ୍ତି, ଯିଏ ନିଲାମରୁ ମିଳିଥିବା ଟଙ୍କାକୁ ତାଙ୍କ ଝିଅ ସହିତ ବାଣ୍ଟିବେ ବୋଲି କହିଛନ୍ତି ।


କୁହାଯାଉଛିଯେ ୧୯୨୦ରେ ଏହି ଚଷମାର ମାଲିକଙ୍କ ଜଣେ ସମ୍ପର୍କୀୟଙ୍କୁ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ଏହି ଚଷମା ଉପହାର ସ୍ୱରୂପ ଦେଇଥିଲେ । ଏହାପରେ ଦୀର୍ଘ ଦିନ ଧରି ଏହି ଚଷମା ତାଙ୍କ ଘରେ ପୀଢି ପରେ ପୀଢି ଧରି ରହିଛି । ଗାନ୍ଧୀ ପ୍ରାୟତଃ ତାଙ୍କ ଜିନିଷକୁ ଉପହାର ସ୍ୱରୂପ ଦେଇ ଦେଉଥିଲେ ।

ନିଲାମ କର୍ତ୍ତା ଏଣ୍ଡ୍ରୟୁଙ୍କ କହିବା ଅନୁସାରେ ଶୁକ୍ରବାର ରାତିକୁ ଇଷ୍ଟ ବ୍ରିଷ୍ଟଲ ଅକ୍ସନର ଦ୍ୱାରରେ ଥିବା ଲେଟର ବକ୍ସରେ ଏକ ଧଳା ଲଫାପାରେ କେହି ଜଣେ ଏହି ଚଷମାକୁ ଛାଡ଼ି ଚାଲି ଯାଇଥିଲା ଏବଂ ସୋମବାର ସକାଳ ପର୍ଯ୍ୟନ୍ତ ତାକୁ ନେବାକୁ ଆସିଲା ନାହିଁ ।

Latest Posts

Don't Miss