ଗଡସେ ବୟାନ୍ ପ୍ରସଙ୍ଗରେ ଲୋକସଭାରେ କ୍ଷମା ମାଗିଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣି ଉପରେ ଲୋକସଭାରେ କ୍ଷମା ପ୍ରାର୍ଥନା କରିଛନ୍ତି ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର । କହିଛନ୍ତି, ଯଦି ତାଙ୍କର ଟିପ୍ପଣି କାହାକୁ ଆଘାତ ଦେଇଛି ତେବେ ସେ କ୍ଷମା ପ୍ରାର୍ଥନା କରୁଛନ୍ତି । ଗଡସେଙ୍କ ଉପରେ ସେ ଦେଇଥିବା ଟିପ୍ପଣିକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି ।

ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି କହିଛନ୍ତି ଯେ, ଜଣେ ସାଂସଦ ତାଙ୍କୁ ଆତଙ୍କବାଦୀ କହିଛନ୍ତି । କୌଣସି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇନଥିବା ବେଳେ ତାଙ୍କୁ କାହିଁକି ଏଭଳି ବଦନାମ୍ କରାଯାଉଛି ସେ ନେଇ ପ୍ରଶ୍ନ କରିଛନ୍ତି ।

ଗତ ୨ ଦିନ ହେବ ଗଡସେଙ୍କୁ ଦେଶଭକ୍ତ କହିବା ପ୍ରସଙ୍ଗରେ ସଂସଦ ହୁଲସ୍ତୁଲ ହୋଇଛି । ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ପ୍ୟାନେଲରୁ ମଧ୍ୟ ବାଦ୍ ଦିଆଯାଇଛି । ଆଜି ସେ ଲୋକସଭାରେ କ୍ଷମା ପ୍ରାର୍ଥନା କରିବା ପରେ କଂଗ୍ରେସ ଅଭିଯୋଗ ଆଣିଥିଲା ଯେ, ଏହା କୌଣସି ପାର୍ଟି କିମ୍ୱା ବ୍ୟକ୍ତିଙ୍କର ମାମଲା ନୁହେଁ । କକ୍ଷତ୍ୟାଗ କରିଥିଲେ କଂଗ୍ରେସ ସାଂସଦ ।

Leave a Reply