ଜାଗର ପାଇଁ ସମନ୍ୱୟ ବୈଠକ, ଏଥର ମୁତୟନ ହେବେ ବ୍ୟାପକ ପୋଲିସ ଫୋର୍ସ

ଭୁବନେଶ୍ୱର: ଭୁବନେଶ୍ୱରେରେ ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ନେଇ ପୋଲିସ, ସେବାୟତ ଏବଂ ଅନ୍ୟ ବିଭାଗକୁ ନେଇ ସମନ୍ୱୟ ପ୍ରସ୍ତୁତି ବୈଠକ । ଶାନ୍ତି ଶୃଙ୍ଖଳାର ସହ ଦର୍ଶନ, ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପୋଲିସ କମିଶନର । ରାତି ୧୦ଟା ରେ ପୂର୍ବନିର୍ଦ୍ଧାରିତ ସମୟରେ ଉଠିବ ମହାଦୀପ । ଶିବରାତ୍ରୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ବିଏମସି ଗାଇଡ଼ ଲାଇନ ଅନୁସାରେ କୋଭିଡ କଟକଣାରେ ଦର୍ଶନ କରିବେ ଭକ୍ତ ।

ସାହାଣମଲା ହେବ ନାହିଁ । ହୁଣ୍ଡି ପର୍ଯ୍ୟନ୍ତ ଭକ୍ତ ଯାଇ ଦର୍ଶନ କରି ପାରିବେ । ଟ୍ରାଫିକ ଆଡ଼ଭାଇଜାରୀ ଇସ୍ୟୁ କରାଯାଇଛି । ଏହା ସହ ପାର୍କିଂ ବ୍ୟବସ୍ଥା, ଦର୍ଶନ ଯେପରି ସୁରୁଖୁରୁରେ ହୋଇପାରିବ ସେ ଉପରେ ମଧ୍ୟ ଆଲୋଚନା ହୋଇଛି । ସେପଟେ ବିଏମସିର ଗାଇଡ ଲାଇନ ଅନୁସାରେ ଜାଗରଯାତ୍ରା ପାଳନ ହେବ । ଖରାକୁ ନଜରରେ ରଖି ଜଳ ଛତ୍ର ଓ କୁତ୍ରିମ ଛାଇର ବ୍ୟବସ୍ଥା କରାଯାଇଛି ।

ମନ୍ଦିର ଭିତରେ ଦୀପ ଜାଳିବା ଉପରେ କଟକଣା ଜାରି ହୋଇଛି । ଧାଡି ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ମନ୍ଦିର ବେଢାରେ ଭକ୍ତ ବସିବା ଉପରେ ଲାଗିଛି କଟକଣା । ତେବେ ଆଡକଠା ପାଖରେ ଦର୍ଶନ ହେଉ କିନ୍ତୁ ଭକ୍ତମାନେ ମନ୍ଦିର ବେଢ଼ାରେ ଦୀପ ଏବଂ ଭୋଗ କରାଯିବାକୁ ଅନୁମତି ଦିଆଯାଉ ବୋଲି ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ବୈଠକରେ ଦାବି କରିଛନ୍ତି ।

Leave a Reply