ଆଜି ଧରାବତରଣ କରିବେ ମାଆ ଦୁର୍ଗା, ମହାସ୍ନାନ ପରେ ଚକ୍ଷୁଦାନ କରାଯିବ

ଭୁବନେଶ୍ବର: ଚଳଚଞ୍ଚଳ ହେଲାଣି ମଣ୍ଡପ । ଲାଗିଲାଣି ଗହଳି । ଆଜି ଧରାବତରଣ କରିବେ ମାଆ ଦୁର୍ଗା । ମଣ୍ଡପରେ ମାଆଙ୍କ ସପ୍ତମୀ ଓ ବିଭିନ୍ନ ପୀଠରେ ଅନୁଷ୍ଠିତ ହେଉଛି ଅଷ୍ଟମୀ ପୂଜା । ଚଣ୍ଡିପାଠର ଗୁଞ୍ଜରଣରେ ପ୍ରକମ୍ପିତ ହେଉଛି ପରିବେଶ । ଭୋରରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କର ମହାସ୍ନାନ ପରେ ଚକ୍ଷୁଦାନ କରାଯିବ ।

ପରେ ନୀତିକାନ୍ତି ଅନୁଯାୟୀ କରାଯିବ ସପ୍ତମୀ ପୂଜା । ସେପଟେ ଶକ୍ତିପୀଠରେ ଶୋଡ଼ଷ ଉପଚାରରେ ଚାଲିଛି ମାଆଙ୍କ ଆରାଧନା । ଜଗତସିଂହପୁରର ମାଆ ଶାରଳା ଓ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଅଷ୍ଟମୀ ପୂଜାରେ ମାଆ କାକୁଡି ଖାଇଙ୍କ ନିକଟରେ କାକୁଡି ବଳି ଦିଆଯିବ ।