ମହାରାଷ୍ଟ୍ରରେ ଲାଗୁ ହେଲା ଲକଡାଉନ୍ ଭଳି କଟକଣା; ହୋଟେଲ-ବାର୍ ବନ୍ଦ, ସୁଟିଂ ହେବନି ସିନେମା
1 min readମୁମ୍ବାଇ: ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ବଡ଼ ନିଷ୍ପତ୍ତି ନେଇଛି ଉଦ୍ଧବ କ୍ୟାବିନେଟ୍ । କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରାଯିବ । ନୂଆ ନିର୍ଦ୍ଦେଶନାମା ସୋମବାର ରାତି ୮ଟାରୁ ଲାଗୁ ହେବ । ରାତି ୮ଟାରୁ ସକାଳ ୭ଟା ଯାଏ ମହାରାଷ୍ଟ୍ରରେ ଲାଗୁ ହେବ ରାତ୍ରୀକାଳୀନ କର୍ଫ୍ୟୁ । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ ।
Night curfew will be put in place from 8 pm to 7 am. Only essential services will be permitted. Restaurants are permitted only for take away & parcel services. For offices, employees will have to work from home. Detailed SOP will be released soon:Maharashtra Minister Aslam Shaikh pic.twitter.com/FRcUsZZ89S
— ANI (@ANI) April 4, 2021
ହୋଟେଲ, ରେଷ୍ଟୁରାଣ୍ଟରେ ବସିକରି ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଖାଦ୍ୟ ପାର୍ସଲ ନେଇ ହେବ । ମହାରାଷ୍ଟ୍ରରେ ସମସ୍ତ ସିନେମା ହଲ୍, ପାର୍କ ବନ୍ଦ ରହିବ । ଏପରିକି ବଡ଼ ବଡ଼ ଫିଲ୍ମର ସୁଟିଂ ଉପରେ କଟକଣା ଜାରି କରାଯାଇଛି । କର୍ମଚାରୀଙ୍କୁ ଅଫିସ୍ ପରିବର୍ତ୍ତେ ଘରୁ କାମ କରିବାକୁ କୁହାଯାଇଛି । ଦିନ ସାରା ୧୪୪ ଧାରା ଲାଗୁ ରହିବ । ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ରାଜ୍ୟରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ ।
Weekend lockdown in Maharashtra following surge in coronavirus cases: NCP minister Nawab Malik
— Press Trust of India (@PTI_News) April 4, 2021
ମୁମ୍ବାଇରେ ଶନିବାର କରୋନାର ୯ ହଜାର ୯୦ଟି ମାମଲା ଆସିଥିବା ବେଳେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ୧୮୭କୁ ବୃଦ୍ଧି ପାଇଛି । ସେହିଭଳି ଏପ୍ରିଲ ୩ରେ ମହାରାଷ୍ଟ୍ରରେ ୪୯ ହଜାର ୪୪୭ଟି ନୂଆ ମାମଲା ଚିହ୍ନଟ ହୋଇଥିଲା । ଏବେ ରାଜ୍ୟରେ କରୋନାର ୪ ଲକ୍ଷ ୧ ହଜାର ୧୭୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।