ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼: ଶିବସେନା ସହ କୌଣସି ମତେ ମିଶି ସରକାର ଗଢ଼ିବୁ ନାହିଁ ବୋଲି ସ୍ପଷ୍ଟ କଲେ ଶରଦ ପୱାର

1 min read

ବିଜେପିକୁ ସାମିଲ ନ କରି ସରକାର ଗଠନ ପାଇଁ ଶିବସେନା କରିଥିବା ଉଦ୍ୟମ ବିଫଳ ରହିଛି । ୫୦-୫୦ କ୍ଷମତା ଭାଗବଣ୍ଟା ନେଇ ଶିବସେନା ନିଜ ଜିଦରେ ଅଟଳ ଥିବା ବେଳେ ଅଢ଼େଇ ବର୍ଷୀୟା ମୁଖ୍ୟମନ୍ତ୍ରୀ ଥିଓରୀକୁ ମାନିବାକୁ ନାରାଜ ବିଜେପି । ଏଭଳି ଏକ ମୁହୁର୍ତ୍ତରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP) ପ୍ରମୁଖ ଶରଦ ପୱାର ଗୁରୁବାର ଦିନ କହିଛନ୍ତି ଯେ ପାର୍ଟି କୌଣସି ମତେ ବି ଶିବସେନା ସହ ଗଠବନ୍ଧନ କରିବ ନାହିଁ । ଏହାକୁ ନେଇ ଏନସିପିରେ କେହି ସହମତ ନଥିବା ଦଳ ସୂଚନା ଦେବା ସହିତ ଏହା କୁହାଯାଇଛି ଯେ ମହାରାଷ୍ଟ୍ରରେ ଦଳ ବିରୋଧି ଭୂମିକା ତୁଲାଇବ ଏନସିପି ।

ଶରଦ କହିଛନ୍ତି ଯେ ‘ ଏନସିପି ଶିବସେନା ସହିତ ମେଣ୍ଟ ଗଢ଼ିବ ନାହିଁ । ଖୁବଶୀଘ୍ର ନିର୍ବାଚନ ବିଷୟରେ ଆମେ ଆମ ସମର୍ଥକଙ୍କ ସହ ବୈଠକ କରି ଭବିଷ୍ୟତରେ କଣ କରାଯାଇ ପାରିବ ତାହା ନିଷ୍ପତ୍ତି ନିଆଯିବ । ଆମେ ଆମର କ୍ଷମତାର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛୁ ବୋଲି ମତ ଦେଇଛନ୍ତି ଶରଦ ପୱାର ।’

 

  ')}

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner