ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏମଭିଏରେ ସଙ୍କଟ

1 min read

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ମହା ବିକାଶ ଅଘାଡିରେ ବଢିଲା ବିବାଦ। ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ନେତା ଉଦ୍ଧବକୁ ମୁଖ୍ଯମନ୍ତ୍ରୀ ଚେହେରା ଭାବେ ଗ୍ରହଣ କରିବାକୁ ଅନିଚ୍ଛୁକ ଏନସିପି(ଶରଦ ପାୱାର) ଗୋଷ୍ଠୀ ନେତା ଶରଦ ପାୱାର। ପୂର୍ବରୁ ଉଦ୍ଧବଙ୍କୁ ମୁଖ୍ଯମନ୍ତ୍ରୀ ଚେହେରା ଭାବେ ଘୋଷଣା କରିବାକୁ ଅଗ୍ରାହ୍ଯ କରିଥିଲା କଂଗ୍ରେସ। ଶରଦ ପାୱାର କହିଛନ୍ତି ବର୍ତ୍ତମାନ ଲାଗି କାହାରିକୁ ମୁଖ୍ଯମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରାଯିବ ନାହିଁ। ମେଣ୍ଟ ହିଁ ଏମଭିଏର ଚେହେରା। ଐକ୍ଯଗତ ଭାବେ ଏମଭିଏ ନିର୍ବାଚନ ଲଢିବ। ସେପଟେ ଶିବସେନା ନେତା ସଞ୍ଜୟ ରାୱତ କହିଛନ୍ତି- ବିନା ମୁଖ୍ଯମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବା ବିପଜ୍ଜନକ ହେବ। ମୁଖ୍ଯମନ୍ତ୍ରୀ ଭାବେ ଉଦ୍ଧବ ଅନେକ କାମ କରିଛନ୍ତି। ଉଦ୍ଧବଙ୍କୁ ଭରସା କରି ହିଁ ଏମଭିଏ ଲୋକସଭା ନିର୍ବାଚନରେ ସଫଳତା ଲାଭ କରିଥିଲା।