spot_img

Latest Posts

କାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ, ରେସର ଆଗରେ ଦେବେନ୍ଦ୍ର ଫଡନଭିସ୍

ମୁମ୍ବାଇ : କାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ । ହେଲେ ମୁଖ୍ୟମନ୍ତ୍ରୀ ନାଁ ଏଯାଏଁ ହୋଇନି ଘୋଷଣା । ସସପେନ୍ସ ଲାଗି ରହିଥିବା ବେଳେ ଲୋକଙ୍କ ମନରେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । କିଏ ହେବ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ? ଏବେ ବି ଚାଲିଛି ଛକାପଞ୍ଝା।  ମହାୟୁତି ମେଣ୍ଟର ବଡ଼ ବିଜୟ ହାସଲ କରିଥିଲେ ମଧ୍ୟ ଏଯାଏ ସ୍ଥିର ହୋଇପାରିନାହିଁ କିଏ ହେବ ମୁଖ୍ୟମନ୍ତ୍ରୀ। ଯାହା ଚର୍ଚ୍ଚା ହେଉଛି ବିଜେପିର ହିଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ଦେବେନ୍ଦ୍ର ଫଡନଭିସଙ୍କୁ ମିଳିବ ଏହି ପଦ। କେବଳ ଔପଚାରିକ ଘୋଷଣା ବାକିଥିବା କୁହାଯାଉଛି। ଦିଲ୍ଲୀରୁ ଦୁଇ ଜଣ ପର୍ଯ୍ୟବେକ୍ଷକ ମୁମ୍ଵାଇ ଆସିବେ ଓ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେପଟେ ରୁଷିଛନ୍ତି ଏକନାଥ ସିନ୍ଦେ। ଉପମୁଖ୍ୟମନ୍ତ୍ରୀ ହେବେ ନାହି ଓ ସରକାରକୁ ବାହାରୁ ସମର୍ଥନ ଦେବେ ବୋଲି ସେ କହିଛନ୍ତି। ତାଙ୍କ ପୁଅଙ୍କୁ ଉପମୁଖ୍ୟପଦରେ ବସାଇବାକୁ ସେ ଲବି କରୁଥିବା କୁହାଯାଉଛି।ସେପଟେ ଜୋରସୋରରେ ଚାଲିଛି ଶପଥ ଗ୍ରହଣ ଉତ୍ସବର ଆୟୋଜନ। ମୁମ୍ବାଇର ଆଜାଦ ମୈଦାନରେ ଆସନ୍ତାକାଲି ଶପଥ ଗ୍ରହଣ ହେବ। ଶପଥ ଗ୍ରହଣରେ ଯେମିତି କିଛି ବି ତ୍ରୁଟି ରହିନଯାଏ, ସେଥିପାଇଁ ବିଜେପିର ବରିଷ୍ଠ ନେତାମାନେ ସମାବେଶ ସ୍ଥଳକୁ ଯାଇ ତଦାରଖ କରିଛନ୍ତି।

Latest Posts

Don't Miss