ମହାରାଷ୍ଟ୍ରରୁ ଆସିଲା ବଡ ଖବର, ବିଜେପି ରଖିବ ୨୨ ବିଭାଗ

ମୁମ୍ବାଇ: ସରକାର ଗଠନକୁ ନେଇ ମହାରାଷ୍ଟ୍ରରୁ ଆସିଲା ବଡ ଖବର  । ଆସନ୍ତା ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ସମେତ ଆଉ ଦୁଇ ଉପମୁଖ୍ୟମନ୍ତ୍ରୀ ନେବେ ଶପଥ  । ଗଣିତ କହୁଛି ମହାରାଷ୍ଟ୍ର ସରକାରରେ ବିଜେପି ପାଖରେ ୨୧ ରୁ ୨୨ ବିଭାଗ ରହିବ  । ରିପୋର୍ଟରୁ ପ୍ରକାଶ ଯେ ଗୃହ ମନ୍ତ୍ରାଳୟ ବିଜେପି ପାଖରେ ରହିବ  । ସେହିପରି ବାଚସ୍ପତି ପଦ ବିଜେପିକୁ ମିଳିବ  ।

ନୂଆ ସରକାରରେ ଏକନାତ ସିନ୍ଦେଙ୍କ ଶିବସେନାକୁ ୧୧ ରୁ ୧୨ ମନ୍ତ୍ରୀ ପଦ ମିଳିବ  । ଅଜିତ ପାୱାରଙ୍କ ଏନସିପିରୁ ସରକାରରେ ୧୦ ମନ୍ତ୍ରୀ ରହିବେ  । କିନ୍ତୁ ଏକନାଥ ସିନ୍ଦେଙ୍କ କ୍ୟାବିନେଟ ୧୬ଟି ମନ୍ତ୍ରୀ ପଦ ମାଗିଛନ୍ତି  । ଏକନାଥ ସିନ୍ଦେ ଓ ଅଜିତ ପାୱାର ଶପଥ ନେବେ  । ଆସନ୍ତା ଡିସେମ୍ବର ୫ରେ ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ   । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ  ।

କିନ୍ତୁ ସିଏମ ପଦକୁ ନେଇ ଏବେବି ସସପେନ୍ସ ଜାରି ରହିଛି  । ଶୁଣିବାକୁ ମିଳୁଛି ଯେ ମହାୟୁତିର ସବୁଠାରୁ ବଡ ପାର୍ଟି ବିଜେପି ମୁଖ୍ୟମନ୍ତ୍ରୀ ପଦ ଚାହୁଁଛି  । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ ଫଡନଭୀସଙ୍କ ନାମ ସବୁଠାରୁ ଆଗରେ ଅଛି  । ଫଡନଭୀସଙ୍କୁ ସମର୍ଥନ ଦେଉଛନ୍ତି ଅଜିତ ପାୱାର  । କିନ୍ତୁ ଶିବସେନା ପୁଣିଥରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି  । ସିନ୍ଦେ ସରକାରଙ୍କ ନିତି କାରଣରୁ ନିର୍ବାଚନରେ ମହାୟୁତି ବିଜୟ ହାସଲ କରିଛି ବୋଲି ଶିବସେନା ଯୁକ୍ତି ବାଢିଛି  ।

ମହାରାଷ୍ଟ୍ର ନିର୍ବାଚନରେ ମହାୟୁତିକୁ ୨୩୨ ଆସନ ମିଳିଥିବାବେଳେ ବିଜେପିକୁ ୧୩୨,ଶିବସେନା(ସିନ୍ଦେ ଗୋଷ୍ଠୀ) ୫୭ ଓ ଅଜିତ ପାୱାରଙ୍କ ଏନସିପି ୪୧ ଆସନରେ ବିଜୟ ହାସଲ କରିଛି  ।

ନଜର ପକାନ୍ତୁ