କାଲିଠାରୁ ମହାରାଷ୍ଟ୍ରରେ ଲାଗୁ ହୋଇପାରେ ଲକଡାଉନ୍

1 min read
Maharastra Likely Impose Lockdown From Tomorrow

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ବେକାବୁ । ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ମହାରାଷ୍ଟ୍ରର ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଛାରଖାର କରିଦେଇଛି । ଔଷଧଠାରୁ ଅମ୍ଲଜାନର ଅଭାବ କୋଭିଡ୍ ମୁକାବିଲାକୁ ଅଧିକ କଷ୍ଟକର କରିଛି । ଏହାରି ଭିତରେ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି । ଏନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ରାଜ୍ୟରେ ଅକ୍ସିଜେନ୍ ସ୍ଥିତିର ଉଲ୍ଲେଖ କରି ରାଜେଶ ଟୋପେ ଲକଡାଉନ୍ ଲାଗୁ ଆଡ଼କୁ ଇଶାରା କରିଛନ୍ତି । ସେ କହିଛନ୍ତି ଯେ, କ୍ୟାବିନେଟ୍ ବୈଠକରେ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ସବୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଟୋପେ କହିଛନ୍ତି ।

ଅନ୍ୟପକ୍ଷରେ ଆଉ ଜଣେ ମନ୍ତ୍ରୀ ଅସଲମ ଶେଖ ମଧ୍ୟ ରାଜ୍ୟ ସମ୍ପୂର୍ଣ୍ଣ ଲକଡାଉନ୍ ଆଡ଼କୁ ଯାଉଥିବା କଥା କହିଛନ୍ତି । ସେ କହିଛନ୍ତି ଯେ, ଏସମ୍ବନ୍ଧିତ ଗାଇଡଲାଇନ୍ ଘୋଷଣା ଖୁବଶୀଘ୍ର କରାଯିବ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏପ୍ରିଲ ୧୪ରୁ କିଛି ରିହାତି ସହିତ ୧୫ ଦିନିଆ ଲକଡାଉନ୍ ଘୋଷଣା କରାଯାଇଥିଲା । କରୋନା ଚେନ୍ ଭାଙ୍ଗିବା ପାଇଁ ଏହା ଜରୁରୀ ବୋଲି ସେତେବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ । ତେବେ ୧୫ ଦିନିଆ ଲକଡାଉନକୁ ରାଜ୍ୟ ସରକାର ଲକଡାଉନର ନାମ ଦେଇନଥିଲେ ।

ମହାରାଷ୍ଟ୍ରରେ ଏବେ ୫୮ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି । ଦେଶର ମୋଟ ୪୦ ପ୍ରତିଶତ କରୋନା ସଂକ୍ରମିତ ମହାରାଷ୍ଟ୍ରରେ ଅଛନ୍ତି ।

Leave a Reply