spot_img

Latest Posts

ମହାରାଷ୍ଟ୍ରର ପ୍ରଥମ ଓମିକ୍ରନ ସଂକ୍ରମିତ ହେଲେ ସୁସ୍ଥ

ମୁମ୍ବାଇ: ଓମିକ୍ରନକୁ ନେଇ ଆସିଲା ଆଶ୍ବସ୍ତି ଖବର। ମହାରାଷ୍ଟ୍ରର ପ୍ରଥମ ଓମିକ୍ରନ ସଂକ୍ରମିତ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ମିଳିଛି। ୩୩ ବର୍ଷ ବୟସ୍କ ମେରାଇନ ଇଞ୍ଜିନିୟର କିଛି ଦିନ ତଳେ ଓମିକ୍ରନ ସଂକ୍ରମିତ ହୋଇଥିଲେ। ସେ କଲ୍ୟାଣ-ଡୋମ୍ବିଭିଲି ପୌରାଞ୍ଚଳର ବାସିନ୍ଦା। ସେ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରୁ ସେ ମୁମ୍ବାଇ ଯାଇଥିଲେ।

ସେ ଏକ ଘରୋଇ ଜାହାଜରେ କାମ କରୁଥିଲେ । ତାଙ୍କ ସ୍ବାବ ନମୁନା ପରୀକ୍ଷା କରିବା ସହ ଜିନୋମ ସିକ୍ବିଏନ୍ସିଂ କରାଯିବା ପରେ ତାଙ୍କଠାରୁ ଓମିକ୍ରନ ଭୂତାଣୁ ଠାବ ହୋଇଥିଲା । ଏହାକୁ ନେଇ ମହାରାଷ୍ଟ୍ର ପ୍ରଶାସନର ଚିନ୍ତା ବଢିଥିଲା । ତାଙ୍କୁ କଲ୍ୟାଣ ନଗରର ଏକ କୋଭିଡ କେୟାର ସେଣ୍ଟରରେ ରଖାଯାଇଥିଲା। ସୂଚନା ଅନୁଯାୟୀ ଗତ ବୁଧବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇ ହୋମ୍ କ୍ବାରେଣ୍ଟାଇନରେ ରହିବା ଲାଗି ପରାମର୍ଶ ଦିଆଯାଇଥିଲା। ତେବେ ଗତକାଲି ହୋଇଥିବା ଟେଷ୍ଟରେ ସେ ନେଗେଟିଭ ଥିବା ଜଣାପଡ଼ିଛି।

Latest Posts

Don't Miss