ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ହୃଦୟ ବିଦାରକ ଘଟଣା । ଅମରାବତୀର ସରକାରୀ ମହିଳା ହସ୍ପିଟାଲର ନବଜାତ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଲାଗି ୩ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି।
ଆହତ ଶିଶୁମାନଙ୍କୁ ନିକଟସ୍ଥ ଅନ୍ୟ ଏକ ସରକାରୀ ସୁପର-ସ୍ପେଶାଲିଟି ସେଣ୍ଟରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଭୋର ୩:୩୦ ସମୟରେ ନବଜାତ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (NICU) ରେ ଥିବା ଏକ ଭେଣ୍ଟିଲେଟରରେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା ।
ହସ୍ପିଟାଲର ତୃତୀୟ ମହଲାରେ ନିଆଁ ଲାଗିଥିଲା, ଯେଉଁଥିରେ ୩୯ ଜଣ ଶିଶୁ ରହୁଥିବା ୩ଟି କୋଠରୀ ଅଛି । ନିଆଁ ଲାଗିବା ମାତ୍ରେ ଡାକ୍ତର, ନର୍ସ ଏବଂ ଡ୍ୟୁଟିରେ ଥିବା କର୍ମଚାରୀମାନେ ନବଜାତ ଶିଶୁମାନଙ୍କୁ ଭେଣ୍ଟିଲେଟରରୁ ବାହାର କରିଥିଲେ । ଘଟଣା ସମୟରେ ସେହି ୱାର୍ଡରେ ୩୯ ଜଣ ନବଜାତ ଶିଶୁ ଭର୍ତ୍ତି ଥିଲେ । ତେବେ ଏଥିରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

