spot_img

Latest Posts

ଦେବଦୂତ ସାଜିଲେ ପର୍ଯ୍ୟଟକ, ବଞ୍ଚାଇଲେ ଜଣଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ ; ମହାରାଷ୍ଟ୍ର ପୁଣେ ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ କାଲୁ ଜଳପ୍ରପାତରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଜଳପ୍ରପାତର ମୁଖ୍ୟ ପ୍ରବାହରେ ଫସି ରହିଥିବା ଜଣେ ପର୍ଯ୍ୟଟକଙ୍କୁ ସେଠାରେ ଉପସ୍ଥିତ ଯୁବକମାନେ ଉଦ୍ଧାର କରିଛନ୍ତି ।

କାଲୁ ନଦୀର ପ୍ରବଳ ସ୍ରୋତରେ ଜଣେ ପର୍ଯ୍ୟଟକ ଖସିପଡିଥିଲେ । ସେଠାରେ ଉପସ୍ଥିତ ପର୍ଯ୍ୟଟକମାନେ ସତର୍କତା ଓ ସାହସ ଦେଖାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କ ପାଖରେ କିଛି ଉଦ୍ଧାର କାରିବା ଲାଗି ଉପକରଣ ନଥିଲା । ସେମାନେ ସ୍କାର୍ଫ ଓ ଶାଲ୍ ଯୋଡ଼ି ଦଉଡ଼ି ତିଆରି କରି ସୁରକ୍ଷତି ଭାବରେ ବାହାର କରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବ୍ୟକ୍ତି ଜଣକ ଖସିଯିବା ସମୟରେ ଏକା ଥିଲେ। ତାଙ୍କ ସହିତ କୌଣସି ଗାଇଡ୍ ନଥିଲେ। ସେ ପାଣି ପ୍ରବାହ ପାର ହେବା ସମୟରେ ମଜା କରୁଥିଲେ। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତା’ପରେ ତାଙ୍କ ଗୋଡ ଫସି ଯାଇଥିଲା ଓ ସେ ବାହାରକୁ ଆସିପାରିଲେ ନାହିଁ।

ନିୟମକୁ ଅଣଦେଖା କରୁଥିବା ପର୍ଯ୍ୟଟକମାନେ କେବଳ ନିଜ ଜୀବନକୁ ବିପଦରେ ପକାଇ ନ ଥାନ୍ତି ବରଂ ପର୍ଯ୍ୟଟନ ସ୍ଥଳଗୁଡ଼ିକର ପ୍ରତିଛବିକୁ ମଧ୍ୟ ନଷ୍ଟ କରନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ଫଟୋ ଉଠାଇଥାନ୍ତି । ଯାହା ଫଳରେ  ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

Latest Posts

Don't Miss