ମହାରାଷ୍ଟ୍ରରେ ହାଇଭୋଲଟେଜ ପଲିଟିକାଲ ଡ୍ରାମା, ସରକାର ବଞ୍ଚାଇବାକୁ ମାରାଥନ ମିଟିଂ

ମୁମ୍ବାଇ: ମହାରାଷ୍ଟ୍ର ମହାସଙ୍କଟକୁ ନେଇ ଘନଘନ ବୈଠକ । ସରକାର ବଞ୍ଚାଇବାକୁ ଏନସିପି, ଶିବସେନା, କଂଗ୍ରେସ ପକ୍ଷରୁ ମାରାଥନ ବୈଠକ ଜାରି ରହିଥିବା ବେଳେ ବିଜେପି ବି ସରକାର ଗଠନ ପାଇଁ ପ୍ରସ୍ତୁତି ଚଳାଇଛି । ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ମେଣ୍ଟର ବହୁ ବରିଷ୍ଠ ନେତାଙ୍କ ସହ ମିଟିଂ କରିଛନ୍ତି । ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର, ଗୃହରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ବୋଲସେ ପାଟିଲ, ମନ୍ତ୍ରୀ ଜୟନ୍ତ ପାଟିଲ ପ୍ରମୁଖ ସାମିଲ ହୋଇଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଚିବମାନଙ୍କ ସହ ବୈଠକ କରିଛନ୍ତି । କରୋନା ସଂକ୍ରମିତ ଥିବାରୁ ଉଦ୍ଧବ ବୈଠକରେ ଭିସିରେ ସାମିଲ ହୋଇଛନ୍ତି । ସେପଟେ ରାଜ୍ୟ ବିଜେପି ମୁଖ୍ୟ ଦେବେନ୍ଦ୍ର ଫଡନାବିସଙ୍କ ଘରେ ପହଞ୍ଚିଛନ୍ତି ବିଜେପି ନେତା ଓ ବିଧାୟକ । ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ସରକାର ଗଠନ ନେଇ ଫଡନାବିସଙ୍କ ଘରେ ଆରମ୍ଭ ହୋଇଛି ମାନସମନ୍ଥନ । ଅନ୍ୟପଟେ ଗୌହାଟୀ ହୋଟେଲରେ ଥିବା ବିଦ୍ରୋହୀ ବିଧାୟକଙ୍କ ସହ କିଛି ସମୟ ପରେ ବୈଠକ କରିବେ ଏକନାଥ ସିନ୍ଦେ । ପରବର୍ତ୍ତୀ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହେବ ।