ମହାରାଷ୍ଟ୍ର ନାସିକ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୧୧ ରୋଗୀଙ୍କ ମୃତ୍ୟୁ

1 min read
Maharashtra Nasik Oxygen Tank Leaked In Zakir Hussain Hospital

ନାସିକ: ମହାରାଷ୍ଟ୍ରର ନାସିକ ସହରରେ ଥିବା ଜାକିର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ କାରଣରୁ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ସମସ୍ତ ରୋଗୀ ଭେଣ୍ଟିଲେଟରରେ ଥିଲେ । ଏସମ୍ପର୍କରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି ।
ରାଜେଶ ଟୋପେଙ୍କ ଅନୁସାରେ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଅକ୍ସିଜେନ୍ ମିଳିନଥିଲା ।

ଅନ୍ୟପକ୍ଷରେ ରାଜ୍ୟ ଖାଦ୍ୟ ମନ୍ତ୍ରୀ ରାଜେନ୍ଦ୍ର ଶିଙ୍ଗଣେଙ୍କ ଅନୁସାରେ ଏବେ ୨୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ରିପୋର୍ଟ ଅନୁସାରେ ଟ୍ୟାଙ୍କରକୁ ଭରା ଯାଉଥିବା ବେଳେ ଲିକ୍ ହୋଇଥିଲା । ଫଳରେ ହସ୍ପିଟାଲ ପରିସରରେ ଅକ୍ସିଜେନ୍ ବ୍ୟାପି ଯାଇଥିଲା । ରିପୋର୍ଟ ଅନୁସାରେ ଦୁର୍ଘଟଣା ଘଟିବା ବେଳେ ଭେଣ୍ଟିଲେଟରରେ ୨୫ରୁ ଅଧିକ ରୋଗୀ ଥିଲେ । ମହାରାଷ୍ଟ୍ର ସରକାରଙ୍କ ଅନୁସାରେ ଏବେ ୬୦ ଜଣ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି ।

Leave a Reply