ସଭରକର ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଶିବସେନା ମଧ୍ୟରେ ତିକ୍ତତା

1 min read

ମୁମ୍ବାଇ: ମହାରାଷ୍ଟ୍ରରେ ଭାଙ୍ଗିପାରେ କଂଗ୍ରେସ-ଶିବସେନା ମେଣ୍ଟ । ହିନ୍ଦୁତ୍ବବାଦୀ ନେତା ବୀର ଦାମୋଦର ସଭରକରଙ୍କ ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ବଢିଛି ତିକ୍ତତା । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ହିନ୍ଦୁ ନେତା ସବରକରଙ୍କ ଉପରେ ବର୍ଷିବା ସହ ସଭରରକର ବ୍ରିଟିଶର ଅନୁଗତ ହେବାକୁ ସର୍ବଦା ଚାହିଁଥିଲେ ବୋଲି କହିଥିଲେ । ଏହା ସହ ରାହୁଲ ମଧ୍ୟ ସଭରକରଙ୍କ ସ୍ବୀକାରୋକ୍ତି ପତ୍ର ମଧ୍ୟ ପ୍ରଦର୍ଶନ କରିଥିଲେ ।

ଦେଶରେ ମହାତ୍ମା ଗାନ୍ଧୀ ଓ ସଭରକରଙ୍କ ଦୃଷ୍ଟିଭଙ୍ଗୀ ମଧ୍ୟରେ ସର୍ବଦା ସଂଘାତ ରହିଛି ବୋଲି ସେ କହିଥିଲେ । ଏହି ପ୍ରସଙ୍ଗକୁ ନେଇ ଶିବସେନା ନେତା ସଞ୍ଜୟ ରାଓ୍ବତ କହିଛନ୍ତି- ସଭରକର ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ଗଠିତ ହୋଇଥିବା ମହାବିକାଶ ଅଘାଦି ମେଣ୍ଟ ଭାଙ୍ଗିପାରେ । ଗତକାଲି ସେ କହିଥିଲେ- ସଭରକରଙ୍କ ଆଦର୍ଶରେ ତାଙ୍କ ଦଳ ଅନୁପ୍ରାଣୀତ । କଂଗ୍ରେସ ଦଳ ଏହି ପ୍ରସଙ୍ଗ ଉଠାଇବା କଥା ନୁହେଁ ।

ସେପଟେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି- ସଭରକରଙ୍କୁ ରାହୁଲ ବିରୋଧ କରିନାହାନ୍ତି । ବରଂ ସେ ଏକ ଐତିହାସିକ ତଥ୍ୟକୁ ପଦାକୁ ଆଣିଛନ୍ତି । ଗତ ୨୦୧୯ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ତିକ୍ତତା ସୃଷ୍ଟି ହେବା ପରେ ଶିବସେନା, କଂଗ୍ରେସ ଓ ଏନସିପି ମିଶି ଗଠନ କରିଥିଲେ ଏମଭିଏ । ସେପଟେ ମହାରାଷ୍ଟ୍ରର ସେଗାଓଁରେ ଭାରତ ଯୋଡୋ ଯାତ୍ରାରେ ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ।