spot_img

Latest Posts

ଛତ୍ରପତି ଶମ୍ଭାଜିନଗରରେ ଭୟାବହ ଅଗ୍ନିକାଣ୍ଡ, ୭ ମୃତ

ବ୍ୟୁରୋ ରିପୋର୍ଟ: ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜିନଗରରେ ଛାବିନ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଏଠାରେ ଥିବା ଏକ କପଡା ଦୋକାନରେ ନିଆଁ ଲାଗିବାରୁ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ମହିଳା, ୨ ଶିଶୁ ଓ ୨ ପୁରୁଷ ଅଛନ୍ତି। ଆଜି ଭୋର୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।

ସୂଚନା ଅନୁୟାୟୀ, ଶମ୍ଭାଜିନଗରରେ ଥିବା ଏକ ତିନି ମହଲା ବିଲ୍ଡିଂରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ବିଲ୍ଡିଂର ତଳ ମହଲାରେ ଥିବା କପଡ଼ା ଗୋଦାମରେ ହଠାତ୍‌ ନିଆଁ ଲାଗି ଯାଇଥିବା ବେଳେ ତାହା ଆଖି ପିଛୁଳାକେ ଉପରକୁ ବ୍ୟାପି ଯାଇଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ କରୁଛନ୍ତି। ବିଲ୍ଡିଂ ଭିତରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ରେସ୍କ୍ୟୁ ଅପରେସନ ଜାରି ରହିଛି।

Latest Posts

Don't Miss