ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ମିଲନ୍ଦ ମୃତ; ତାଙ୍କ ମୁଣ୍ଡରେ ଥିଲା ୫୦ ଲକ୍ଷ ପୁରସ୍କାର

1 min read

ନୂଆଦିଲ୍ଲୀ: ମହାରାଷ୍ଟର ଗଡଚିରୋଲି ଏନକାଉଣ୍ଟରରେ ପୋଲିସକୁ ମିଳିଛି ବଡ଼ ସଫଳତା । ଏହି ଏନକାଉଣ୍ଟରରେ ପୋଲିସ ୨୬ ଜଣ ମାଓବାଦୀଙ୍କୁ ନିହତ କରିଛି । ତେବେ ଏହି ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଛି ଦୃଦ୍ଦାନ୍ତ ମାଓବାଦୀ ମିଲନ୍ଦ ତେଲୁତୁମ୍ବଡେ । ଏହି ହାର୍ଡକୋର ମାଓବାଦୀର ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛନ୍ତି ମହାରାଷ୍ଟର ଗୃହମନ୍ତ୍ରୀ ଦିଲ୍ଲୀପ ବାଲସେ ପାଟିଲ । ଏହି ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୁଣ୍ଡରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ତେବେ ଭୀମ କୋରଗାଓଁରେ ହୋଇଥିବା ହିଂସା ମାମଲାରେ NIA ତାଙ୍କୁ ଅଭିଯୁକ୍ତ କରିଥିଲା ।

ଅଧିକାରୀଙ୍କ କହିବା ଅନୁଯାୟୀ ଶନିବାର ନକ୍ସଲଙ୍କ ବିରୋଧରେ ହୋଇଥିବା ଅପରେଶନରେ ମିଲନ୍ଦ ତେଲୁତୁମ୍ବଡେଙ୍କ ସହ ଚାରି ଜଣ ଟପ୍ ମୋଷ୍ଟ ନକ୍ସଲ ମୃତ୍ୟୁବରଣ କରିଛନ୍ତି ।ସେମାନଙ୍କ ନିକଟରୁ ୫ଟି ଏକେ-୪୭ ସହ ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ  ଜବତ କରାଯାଇଛି । ଏହି ଅପେରଶନରେ ଯେଉଁମାନେ ଆତ୍ମ ସମର୍ପଣ କରିଛନ୍ତି ସେମାନ ହାର୍ଡକୋର ନକ୍ସଲ ମିଲନ୍ଦଙ୍କୁ ଚିହ୍ନଟ କରିଛନ୍ତି । ମନ୍ତ୍ରୀ ଦିଲ୍ଲୀପ ଓ୍ବାଲସେ ପାଟିଲ ନକ୍ସଲ ଲିଡର ମିଲନ୍ଦ ତେଲୁତୁମ୍ବଡେ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଛି ବୋଲି ସ୍ପଷ୍ଟ କରିଛନ୍ତି । ଏ ପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ ଦେହ ଜବତ କରିଥିବାବେଳେ ଏହି ଅପରେଶନରେ ୩ ଜଣ ପୋଲିସ ଆହାତ ହୋଇ ଚିକିତ୍ସିତ ହେଉଛନ୍ତି ।

ମିଲନ୍ଦ ତେଲୁତୁମ୍ବଡେଙ୍କ ବହୁ ନାମ ଥିଲା । ସେ ଦୀପକ, ପ୍ରବୀଣ, ଅରୁଣ ଓ ସୁଧୀର ନାମରେ ଜଣାଶୁଣା ଥିଲା ମିଲନ୍ଦ ତେଲୁତୁମ୍ବଡେ । ମିଲନ୍ଦ ଏକ ଭୟଭୀତ ଓ କୁଖ୍ୟାତ ନକ୍ସଲ ଭାବରେ ପରିଚିତ ଥିଲା । ଏହି କୁଖ୍ୟାତ ଅପରାଧି ଉପରେ ପୋଲିସ ୫୦ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲା । ଭୀମା କୋରେଗାଓଁ  ହିଂସା ମାମଲାରେ NIA ମିଲନ୍ଦ ତେଲୁତୁମ୍ବଡେଙ୍କୁ ଅଭିଯୁକ୍ତ କହିଥିଲା ଏବଂ ପଳାତକ ଘୋଷଣା କରିଥିଲା ।ମିଲନ୍ଦ ନୂତନ ଅପରାଧୀଙ୍କୁ ଅପରାଧ ପାଇଁ ଗରିଲା ତାଲିମ ଦେଉଥିଲା ।

୧ ମେ’ ୨୦୧୯ରେ ଗାଡିଚିରୋଲିରେ ହୋଇଥିବା IED ବିସ୍ଫୋରଣ ପଛରେ ମିଲନ୍ଦ ତେଲୁତୁମ୍ବଡେର ହାତ ରହିଥିବା କୁହାଯାଉଛି । ୨୦୧୧ ମସିହାରେ ମିଲନ୍ଦଙ୍କ ପତ୍ନୀ ସୋଣ୍ଟାକୋଙ୍କୁ ଗିରଫ କରାଯାଇଥିଲା । ତାଙ୍କ ପତ୍ନୀ ମଧ୍ୟ ଅନେକ ଅପରାଧିକ ମାମଲାରେ ଜଡିତ ଥିଲା ବୋଲି କୁହାଯାଉଛି ।

 

Leave a Reply