ପୁଲିଂ ବୁଥରେ ସେଲିବ୍ରିଟୀ: ନେତାଙ୍କୁ ବାଛିବାକୁ ଅନୁରୋଧ କଲେ ଅଭିନେତା

1 min read

ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ   । ଆଜି ପ୍ରାୟ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି  । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟକୁ ଟକ୍କର ଦେବାକୁ ମଇଦାନରେ ଓହ୍ଲାଇଛି କଂଗ୍ରେସ-ଏନସିପି ମେଣ୍ଟ  । ତେବେ ମହାରାଷ୍ଟ୍ରରେ ହେଉଥିବା ନିର୍ବାଚନରେ ଭୋଟ ଦେବାକୁ ବୁଥରେ ପହଞ୍ଚିଛନ୍ତି ସେଲିବ୍ରିଟି  ।

ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଏହି ସେଲିବ୍ରିଟିମାନେ । ଭୋଟ୍ ଦେବା ସହ ମହାରାଷ୍ଟ୍ରର ଜନତାଙ୍କୁ ନିଜ ମତଦାନ ସାବ୍ୟସ୍ତ କରିବାକୁ ପ୍ରୋତ୍ସାହିତ କରିଛନ୍ତି ।

ସେଲିବ୍ରିଟୀମାନଙ୍କ ମଧ୍ୟରେ ଅମିର ଖାନ ତାଙ୍କ ପତ୍ନି କିରଣ , ନେତା ତଥା ଅଭିନେତା ରବିକିଷନ, ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ୍, ବଲିଉଡ଼ର ହିଟ୍ କପଲ ରିତେଶ ଦେଶମୁଖ-ଜେନେଲିଆ ଡିସୁଜା ଏବଂ ଲାରା ଦତ୍ତାଙ୍କୁ  ମଧ୍ୟ ମତାଧିକାର ସାବ୍ୟସ୍ତ କରୁଥିବାର ଦେଖିବାକୁ ମିଳିଥିଲା ।

ଭୋଟ ଦେବାପରେ ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ଭୋଟ୍ ଦେବାକୁ ଭୋଟରଙ୍କୁ ଅପିଲ ମଧ୍ୟ କରିଥିଲେ  । ')}

Leave a Reply