‘ସାମନା’ରେ ଲେଖାକୁ ନେଇ MVAରେ ଝଡ଼, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଲେ- ଏମିତି ମନ୍ତବ୍ୟଠୁ ଦୂରେଇ ରୁହନ୍ତୁ ରାୱତ

1 min read
Maharashtra Deputy CM Ajit Pawar Angry Over Sanjay Raut Article In Saamana Anil Deshmukh

ମୁମ୍ବାଇ: ଶିବସେନାର ମୁଖପତ୍ର ‘ସାମନା’ରେ ପ୍ରକାଶ ପାଇଥିବା ସମ୍ପାଦକୀୟ ମହାରାଷ୍ଟ୍ରର ମେଣ୍ଟ ସରକାରରେ ଭୂମିକମ୍ପ ସୃଷ୍ଟି କରିଛି । ‘ସାମନା’ ଏହି ସମ୍ପାଦକୀୟଟି ଶିବସେନା ସାଂସଦ ସଞ୍ଜୟ ରାୱତ ଲେଖିଛନ୍ତି । ଯେଉଁଥିରେ ସଞ୍ଜୟ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ପ୍ରଶ୍ନ କରି ଲେଖିଛନ୍ତି ମୁମ୍ବାଇ ପୋଲିସ ମୁଖ୍ୟାଳୟରେ ବୈଠକ କରି ସଚିନ୍ ୱାଜେ ବଟି ଆଦାୟ କରୁଥିଲେ ଏବଂ ଏନେଇ ଗୃହ ମନ୍ତ୍ରୀଙ୍କୁ କେମିତି ସୂଚନା ନଥିଲା ?

ଏହାବାଦ୍ ସଞ୍ଜୟ ରାୱତ ଲେଖିଛନ୍ତି ‘ଅନୀଲ ଦେଶମୁଖଙ୍କୁ ଗୃହମନ୍ତ୍ରୀ ପଦ ଦୁର୍ଭାଗ୍ୟବଶତଃ ମିଳିଯାଇଛି । ଜୟନ୍ତ ପାଟିଲ୍, ଦିଲୀପ ୱଲସେ ପାଟିଲ୍ ଗୃହମନ୍ତ୍ରୀ ପଦ ନେବାକୁ ମନା କରି ଦେଇଥିଲେ । ସେତେବେଳେ ଶରଦ ପାୱାର ଏହି ପଦ ଅନୀଲ ଦେଶମୁଖଙ୍କୁ ଦେଇଥିଲେ । ଏହି ପଦର ଗାରିମା ଓ ମର୍ଯ୍ୟାଦା ରହିଛି ।’

Maharashtra Deputy CM Ajit Pawar Angry Over Sanjay Raut Article In Saamana Anil Deshmukh

ସଞ୍ଜୟ ରାୱତଙ୍କ ଏହି ବୟାନକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଆପତ୍ତି ପ୍ରକାଶ କରିଛନ୍ତି । ଅଜିତ୍ ପାୱାର କହିଛନ୍ତି- ‘ଏନସିପି କୋଟାରୁ କାହାକୁ କେଉଁ ପଦ ମିଳିବ ସେ ନିଷ୍ପତ୍ତି ଶରଦ ପାୱାର ନିଅନ୍ତି । ଏହାକୁ ନେଇ ଅନ୍ୟ କେହି ପ୍ରଶ୍ନ ଉଠାଇବାର ଅଧିକାର ନାହିଁ । ବିଶେଷକରି ମହାବିକାଶ ଅଘାଡ଼ି ମେଣ୍ଟ (ଏନସିପି+କଂଗ୍ରେସ+ଶିବସେନା)ର ଅଧିକାର ନାହିଁ । ଏମିତି ମନ୍ତବ୍ୟ ଦେବା ଠିକ୍ ନୁହେଁ । ଏମିତି ବୟାନ ମେଣ୍ଟରେ ସମସ୍ୟା ସୃଷ୍ଟି କରିବ ।’

ସୂଚନାଯୋଗ୍ୟ, ସଞ୍ଜୟ ରାୱତ ଲେଖିଛନ୍ତି- ମହାରାଷ୍ଟ୍ରରେ ବିରୋଧୀ ଉଦ୍ଧବ ଠାକରେ ସରକାର ଭାଙ୍ଗିବାକୁ ଚାଲ୍ ଖେଳୁଛନ୍ତି । ଏଥିପାଇଁ ଫାଟି ଯାଇଥିବା ବେଲୁନରେ ପବନ ଭରିବାକୁ ଚେଷ୍ଟା କରୁଛନ୍ତି । ଏମିତି ଅଭିଯୋଗରେ ସରକାର ଭାଙ୍ଗିଲେ ପ୍ରଥମେ ମୋଦି ସରକାର ବିଦାୟ ନେବାକୁ ହେବ ।

Leave a Reply