ମହାରାଷ୍ଟ୍ରରେ ପୁଣି ବିଗୁଡ଼ୁଛି କରୋନା ସ୍ଥିତି: ୧୧୯ ଦିନ ପରେ ହଜାରେ ଟପିଲା ସଂକ୍ରମଣ ସଂଖ୍ୟା

ମୁମ୍ୱାଇ: ମହାରାଷ୍ଟ୍ରକୁ ପୁଣି ଡରାଉଛି କରୋନା । ୧୧୯ ଦିନ ପରେ ହଜାରେ ଟପିଲା ଦୈନିକ ସଂକ୍ରମଣ । ଦିଲ୍ଲୀରେ ବି ଟେନ୍ସନ୍ ବଢାଉଛି ଦ୍ବିତୀୟ ଲହର । ନୂଆଷ୍ଟ୍ରେନ୍ ପାଇଁ ମହାରାଷ୍ଟ୍ରରେ ପୁଣି ବିଗୁଡୁଛି କରୋନା ସ୍ଥିତି । ୪ମାସ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୮ହଜାର ପାର ହୋଇଛି । କେବଳ ଓ୍ବାସିମ୍ ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ୨୨୯ ଜଣ ଛାତ୍ର ସଂକ୍ରମିତ ହୋଇଛନ୍ତି । ଆସନ୍ତା ୧୦ ଦିନ ରାଜ୍ୟ ପାଇଁ କର ବା ମର ସ୍ଥିତି । ତୁରନ୍ତ ଟିକାକରଣ ପାଇଁ  କେନ୍ଦ୍ରକୁ ଚିଠି ଲେଖିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ । କିଛି ଦିନର ବ୍ରେକ୍ ପରେ ପୁଣି ଫେରିଛି କରୋନା ଭୟ । ଏଭଳି ସ୍ଥିତିରେ ଆଶା ବଢାଇଛି ଟିକା । ତେବେ ଟିକାକରଣର ମନ୍ଥର ଗତିକୁ ଦେଖିଲେ ଦେଶରେ ସମସ୍ତଙ୍କୁ ଭ୍ୟାକସିନ୍ ନେବା ପାଇଁ ପ୍ରାୟ୧୦ବର୍ଷ ଲାଗିବ । କୋଭାକ୍ସିନ ଓ କୋଭିସିଲ୍ଡକୁ ଭରସା କଲେ ଏହି ଅବଧି ଆହୁରି ବଢିବା ସମ୍ଭାବନା ରହିଛି ।  ତେଣୁ କେବଳ ଦେଶୀ ଟିକା ନୁହେଁ ବରଂ ଋଷିଆ, ଆମେରିକା ଦ୍ବାରା ପ୍ରସ୍ତୁତ ଟିକା ଆଣିବା ନେଇ କେନ୍ଦ୍ର ସରକାର ଚିନ୍ତା କରିବା ଦରକାର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ବଢ଼ୁଛି ପିଆଜ ଦର, ଆଗକୁ ଆହୁରି ବଢ଼ିବ ! ଜାଣନ୍ତୁ କାହିଁକି..? 

Leave a Reply