ଆକ୍ସନମୁଡରେ ସିଏମ ସିନ୍ଦେ, ସମର୍ଥକ ବିଧାୟକଙ୍କ ନାଚରେ ନାଖୁସ୍..
1 min readମୁମ୍ବାଇ: ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ଖବର ଶୁଣି ନାଚିଥିଲେ ବିଦ୍ରୋହୀ ବିଧାୟକ । ହୋଟେଲରେ ଗୀତ ବଡାଇ ନୃତ୍ୟ କରିଥିଲେ । ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା ଭିଡ଼ିଓ । ଯାହାକୁ ନେଇ ସନ୍ତୁଷ୍ଟ ନାହାଁନ୍ତି ଏକନାଥ ସିନ୍ଦେ । ଶପଥ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏକନାଥ ସାମ୍ବାଜୀ ସିନ୍ଦେ । ସେପଟେ ପଦବୀକୁ ଆସୁ ଆସୁ ଆକ୍ସନ ମୁଡରେ ବିଦ୍ରୋହୀ ଶିବସେନାର ମୁଖ୍ୟ ନେତା । ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟ ବାହାରେ ପାଖିପାଖି ୪୦ରୁ ଅଧିକ ବିଧାୟକଙ୍କୁ ଧରି ରହିଥିଲେ ସିନ୍ଦେ । ହଠାତ ଗୁରୁବାର ମୁମ୍ବାଇରେ ପହଁଚନ୍ତି । ଏହାର କିଛ ସମୟ ପରେ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ଼ନାବିସଙ୍କ ସହ ମିଳିତ ପ୍ରେସମିଟ କରନ୍ତି । କିନ୍ତୁ ଫଡନାବିସ ତାଙ୍କ ପ୍ରେସମିଟରେ ଘୋଷଣା କରନ୍ତି ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ । ବିଜେପି କରିବ ସମର୍ଥନ ।
ସିନ୍ଦେ ସମର୍ଥକ ବିଧାୟକଙ୍କ ନୃତ୍ୟ-ଗୀତ ଭିଡିଓ ଭାଇରାଲ ହୋଇଥିଲା । ଖବରରେ ଖୁସି ହୋଇଯାଇଥିଲେ ଗୋଆରେ ଥିବା ବିଦ୍ରୋହୀ ବିଧାୟକ । ହୋଟେଲ ମଧ୍ୟରେ ନାଚି ଉଠିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଖୋଦ ନିଜ ସାଥି ସମର୍ଥକ ଏହାକୁ ନେଇ ନାଚ ଗୀତରେ ମସଗୁଲ ଥିବାରୁ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ରର ବିକାଶ ଏବଂ ସ୍ୱର୍ଗତ ବାଲା ସାହେବ ଠାକରେଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏକମାତ୍ର ଉଦ୍ଦେଶ୍ୟ ବୋଲି କହିଥିଲେ ଏକନାଥ । ବିଧାୟକ ମାନଙ୍କ ଦାୟିତ୍ୱ ନୃତ୍ୟ-ଗୀତରେ ମଜଲିସ କରିବା ନୁହେଁ ବଂର ମହାରାଷ୍ଟ୍ରର ବିକାଶ ପ୍ରସଙ୍ଗ ଆଲୋଚନା କରିବା । ତେଣୁ ବିଧାୟକ ମାନେ ଯାହା କରିଛନ୍ତି, ତାହା ଭୁଲ ବୋଲି ଖୋଦ ନିଜେ ସ୍ୱୀକାର କରିଛନ୍ତି ଏକନାଥ ।
ବିଜେପି ଏବଂ ବିଦ୍ରୋହୀ ଶିବସେନା ସହ ମିଶି ମହାରାଷ୍ଟ୍ରରେ ଗଠନ ହୋଇଛି ସରକାର । ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା । କାରଣ ବିଜେପି ପାଖରେ ସର୍ବାଧିକ ବିଧାୟକ ରହିଥିଲା । ତେଣୁ ୧୦୬ ବିଧାୟକ ଥିବା ବିଜେପି ହିଁ ମୁଖ୍ୟମନ୍ତ୍ରୀ ପଦ ନେବା ସ୍ପଷ୍ଟ ହୋଇଥିଲା । କିନ୍ତୁ ଫଡନାବିସଙ୍କ ପ୍ରେସମିଟରେ ସବୁକିଛି ହଠାତ ଓଲଟପାଲଟ ହୋଇଯାଇଥିଲା । ଖୋଦ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାବିସ ଘଷଣା କରିଥିଲେ ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ । ଏବଂ ସେ ସରକାରରେ କୌଣସି ପଦବୀରେ ମଧ୍ୟ ରହିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବୟାନ ପରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ମନ ବଳାଇଥିଲେ ଫଡନାବିସ୍ ।