କାଲି ଦିନ ୧୧ଟାରେ ହେବେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ

ମୁମ୍ୱାଇ: ଆସନ୍ତାକାଲି ହେବ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ । ଦିନ ୧୧ ଘଣ୍ଟା ସମୟରେ ରାଜଭବନରେ ଶପଥ ନେବେ ନୂଆ ମନ୍ତ୍ରୀ । ଏ ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ରହିଛି ।

ତେବେ ଏହି ସମ୍ପ୍ରସାରଣ ପୂର୍ବରୁ ଏକାଧିକ ବୈଠକ ମାନସମନ୍ଥନ କରାଯାଇଛି । ଏପରି କି ସମ୍ଭାବ୍ୟ ମନ୍ତ୍ରୀ ତାଲିକା ଧରି ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ମଧ୍ୟ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଅସୁସ୍ଥ ଥିବାରୁ ମନ୍ତ୍ରିମଣ୍ଡଳ ଗଠନର ସବୁ କଥା ଫଡନାଭିସ ବୁଝୁଥିବା ସୂଚନା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟର ଗୃହମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ରହିଥିବା ବେଳେ । ସଦ୍ୟ ପ୍ରାପ୍ତ ସୂଚନା ମୁତାବକ ଫଡନାଭିସ ହିଁ ଗୃହମନ୍ତ୍ରୀ ପଦ ସମ୍ଭାଳିବେ।

ଫଡନାଭିସ କେବଳ କହିଛନ୍ତି ଯେ “ଆପଣମାନେ ଚିନ୍ତା କରୁଥିବା ଦିନ ଠାରୁ ବହୁ ପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ କରାଯିବ।” ଜୁନ୍ ୩୦ରୁ କେବଳ ମୁଖ୍ୟମନ୍ତ୍ରୀ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ନେଇ ମହାରାଷ୍ଟ୍ର ସରକାର ଚାଲିଛି।  ନିକଟରେ ଉଭୟ ସିନ୍ଧେ ଓ ଫଡନାଭିସ ଦିଲ୍ଲୀରେ ରହିଥିଲେ। ଗତକାଲି ସିନ୍ଧେ ଅନ୍ୟ ୨୨ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ନିତି ଆୟୋଗ ବୈଠକରେ ବି ଯୋଗଦେଇଥିଲେ।

ଏଥିସହିତ ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନ: ଭାରତକୁ ସ୍ୱର୍ଣ୍ଣ ଦେଲେ ଷ୍ଟାର ସଟଲର ପିଭି ସିନ୍ଧୁ