ମହାରାଷ୍ଟ୍ରରେ ଲାଗୁ ହୋଇପାରେ ଲକଡାଉନ, ମୁଖ୍ୟମନ୍ତ୍ରୀ କହିଲେ ନାହିଁ ଅନ୍ୟ କୈଣସି ବିକଳ୍ପ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେବ ପୁନର୍ବାର ଲକଡାଉନ । ସର୍ବଦଳୀୟ ବୈଠକରେ ଏନେଇ ସଂକେତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର । ସେପଟେ ରାଜ୍ୟରେ ଯେଉଁଭଳି ଭାବରେ କୋଭିଡ ମାମଲା ବଢିବାରେ ଲାଗିଛି ତାହାର ପ୍ରତିହତ କରିବାକୁ ହେଲେ ସଭିଙ୍କୁ ଏକାଠି ହେବାକୁ ପଡିବ । ଏହା କୌଣସି ରାଜନୈତିକ ମୁଦ୍ଧା କିମ୍ବା ଆରୋପ ପ୍ରତ୍ୟାରୋପର ପ୍ରସଙ୍ଗ ନୁହେଁ । ରାଜ୍ୟରେ କରୋନାକୁ ହଟାଇବାକୁ ହେଲେ ସମସ୍ତଙ୍କୁ ମିଳିତ ହେବାକୁ ପଡ଼ିବ  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ

କରୋନାକୁ ହଟାଇବାକୁ ହେଲେ କେବଳ ଲକଡାଉନର ଆବଶ୍ୟକତା ରହିଛି । ଏଥିପାଇଁ ସମସ୍ତଙ୍କ ସମର୍ଥନ ଆବଶ୍ୟକତା  । ସାଧାରଣ ଲୋକଙ୍କୁ କଷ୍ଟ ହୋଇପାରେ  । ନିହାତି ଲୋକ ହଇରାଣ ହୋଇପାରନ୍ତି  । ତାହା ସ୍ବତେ ମଧ୍ୟ ଲକଡାଉନର ଆବଶ୍ୟକତା ରହିଛି  । କରୋନା କେସ ପ୍ରତିଦିନ ବୃଦ୍ଧି ଘଟିବାରେ ଲାଗିଛି  । ଚେନ ଦିନକୁ ଦନ ସକ୍ରୀୟ ହେବାରେ ଲାଗିଛି  । ତେଣୁ କରୋନା ଚେନକୁ ପ୍ରତିହତ କରିବାକୁ ପଡିବ  ବୋଲି ସର୍ବଦଳୀୟ ବୈଠକରେ କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  ।

ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୫ରୁ ୨୦ ଏପ୍ରିଲ ମଧ୍ୟରେ ରାଜ୍ୟର କୋଭିଡ ସ୍ଥିତି ବହୁତ ଖରାପ ହେବାକୁ ଯାଉଛି । ଯାହା ସରକାରଙ୍କ ଅଣାୟତ ମଧ୍ୟ ହେବାକୁ ଯାଉଥିବା ଆକଳନ କରାଯାଉଛି । ତେଣୁ ଏହାକୁ ରୋକିବାକୁ ପଡିବ । ଏଥିପାଇଁ ସମସ୍ତ ଦଳଙ୍କ ସମର୍ଥନର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର କୋଭିଡର ପ୍ରତିହତ ପାଇଁ ମଧ୍ୟ ଯଥା ସମ୍ଭବ ସହାୟତା କରିଛନ୍ତି । କିନ୍ତୁ ଟିକାକରଣ ପରେ ମଧ୍ୟ ରାଜ୍ୟରେ ସଂକ୍ରମଣ କମିନାହିଁ । ଏପରି ସ୍ଥଳେ ଲକଡାଉନର ଆବଶ୍ୟକତା ରହିଛି  । ଏହା ଉପରେ ପୁନର୍ବିଚାର କରାଯିବ କହିଛନ୍ତି ଉଦ୍ଧବ ଠାକେର  ।

Leave a Reply