କୃଷ୍ଣଙ୍କୁ ମାରିବାକୁ ମହାରାଜା କଂସର ସବୁ ଯୋଜନା ଫେଲ

1 min read

ବରଗଡ଼ : ମୃତ୍ୟୁ ଭୟରେ ଆତଙ୍କିତ ମହାରାଜା କଂସ । ଗୋପକୁ ପ୍ରେରିତ ବୀର ରାକ୍ଷସଙ୍କ ମୃତ୍ୟୁ ପରେ ବଢୁଛି ଭୟ । କୃଷ୍ଣଙ୍କୁ ମାରିବାକୁ ସବୁ ଯୋଜନା ଫେଲ ମାରିବା ପରେ ଆସନ୍ନ ଯୁଦ୍ଧ ପାଇଁ ନିଜ ବିଶ୍ବାସୀ ପାତ୍ରମନ୍ତ୍ରୀଙ୍କ ସହ ମନ୍ତ୍ରଣା କରିଛନ୍ତି ମହାରାଜା କଂସ । ପ୍ରବଳ ପ୍ରତାପୀ ଶଙ୍ଖାସୁରକୁ ଗୋପ ପ୍ରେରଣ କରିଛନ୍ତି । ଏହାସହ ନଗର ଭ୍ରମଣ କରି ମୀନାବଜାର ଓ ଓରମାସ ପକ୍ଷରୁ ଆୟୋଜିତ ମେଳା ବୁଲି ଦେଖିଛନ୍ତି । ସେପଟେ ଗୋପରେ ଚାଲିଛି ବାଳକୃଷ୍ଣଙ୍କ ବାଲ୍ୟଲୀଳା । ଗୋପାଳ ବାଳଙ୍କ ସହ ମିଶି ଦଧି ଚୋରି କରିବା ସହ କରୁଛନ୍ତି ଲୀଳା । ଗୋପୀଙ୍କ ବସ୍ତ୍ର ହରଣ କରିଛନ୍ତି ନଟଖଟ କାହ୍ନେୟା ।

କୃଷ୍ଣ ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି ଗୋପପୁରବାସୀ । ଆଜି ବରଗଡ଼ ଧନୁଯାତ୍ରାର ସପ୍ତମ ଦିନରେ ନାରଦଙ୍କ ପରାମର୍ଶ କ୍ରମେ ଧନୁଯାତ୍ରାର ଆୟୋଜନ ନେଇ ଘୋଷଣା କରିବେ କଂସ ମହାରାଜା । ଏହାସହ ଛଳନାରେ କୃଷ୍ଣ ବଳରାମଙ୍କୁ ମାରିବାକୁ ମଥୁରା ଆଣିବାକୁ ଅକ୍ରୁରଙ୍କୁ ଗୋପ ପ୍ରେରଣ କରିବେ । ସେପଟେ ଗୋପରେ ରାଧା-କୃଷ୍ଣଙ୍କ ନାବକେଳୀ, ଶଙ୍ଖଚୂଡ଼ ସହ ନନ୍ଦ ଦରବାରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ।