ଛୋଟବେଳୁ ସାଙ୍ଗ ହେଉଥିଲୁ, ସୈତାନ ଦାଦା ୩ଜଣଙ୍କୁ ମାରିଦେଲା…
ନନ୍ଦିଘୋଷ ବ୍ୟୁରୋ: ଛୋଟବେଳୁ ସାଙ୍ଗ ହେଉଥିଲୁ । କାଲି ବି ଦେଖାହୋଇଥିଲା । ଏକାଠି ପଢୁ, ଏକାଠି ସ୍କୁଲ କଲେଜ ସବୁ ଯାଉ । ହେଲେ ଆଖି ଖୋଲିଲା ବେଳିକୁ ସେ ଆଖି ମୁଦି ସାରିଛି । କୋହ ସମ୍ଭାଳି ପାରୁନି ପିଲା ଦିନର ସାଙ୍ଗ । କାରଣ ତା ବନ୍ଧୁ ସ୍ମୃତି ସନ୍ଦୀପା ଆଉ ନାହିଁ । ସୈତାନ ଦାଦା ଝିଆରୀକୁ ହାଣି ହାଣି ମାରିଦେଇଛି । କେବଳ ଝିଆରୀ ନୁହେଁ ବାପା, ମାଆ ଓ କୁନି କୁନି ଦୁଇ ଭାଇଙ୍କ କଅଁଳ ଜୀବନକୁ କଟୁରୀ ଚୋଟରେ ମାରିଦେଇଛି ରାକ୍ଷାସ ଦାଦା ।
ଏ ଆଉ ଏକ ଭିଡ଼ିଓ । ସାନ ଭାଇ ସୌରଭର ଜନ୍ମଦିନ ସେଲିବ୍ରେସନ ହେଉଛି । ସୌରଭ ହାତରେ ଘଣ୍ଟା ବାନ୍ଧୁଛି, ସାଙ୍ଗ ମାନଙ୍କ ସହ କେକ କାଟୁଛି। କଅଁଳ ବୟସ, ସେ ବା ଜାଣିନି ଦାଦା ଏମିତି କିଛି ଘଟାଇ ବସିବେ । କାରଣ ଦାଦା ପରା, ସେ ରକ୍ତର । ଜମି ବାଡ଼ିର ଫନ୍ଧି ଫିକର ଭିତରେ ତାହାର ଜ୍ଞାନ ନାହିଁ । ବାସ ପାଠ ପଢୁଥିଲା, ଏଇଥର ଦଶମ ପରୀକ୍ଷା ଦେଇଥାନ୍ତା । ଆଉ ବଡ଼ ଭାଇ ସାହିଲ ବି ଶୋଇଯାଇଛି । ସାଙ୍ଗସାଥି ଓ ଗାଁ ଆଜି ବାକ ଶୂନ୍ୟ । ଏମିତି କେମିତି ହୋଇପାରେ । ଗୋଟିଏ ରାତିରେ ଗୋଟିଏ ରକ୍ତର ଭାଇ ଗୋଟେ ପରିବାର ନିପାତ କରିଦେଇପାରେ ।
କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଘଟିଛି ଏମିତି ଲୋମଟାଙ୍କୁରା ବିଭତ୍ସ ହତ୍ୟା । କୁସୁପୁର ଗାଁ ନୀରବ ଓ ନିସ୍ତବ୍ଦ । ବଡ଼ ଭାଇର ବଂଶକୁ କଟୁରୀ ଚୋଟରେ ସୁଆଇ ଦେଇଛି ସାନ ଭାଇ ଶିବ । ଭାଇ, ଭାଉଜ ସହ ଦୁଇ ପୁତୁରା ଓ ଝିଆରୀକୁ ବି ଛାଡିଲାନି ହତ୍ୟାକାରୀ । ରକ୍ତର ସମ୍ପର୍କକୁ ରକ୍ତାକ୍ତ କରିପକାଇଛି ଏ ନର ରାକ୍ଷାସ । କିନ୍ତୁ ସ୍ମୃତି ଏବେ ସ୍ମୃତି, ସୌରଭକୁ ଭୁଲିବା ସହଜ ନୁହେଁ ଆଉ ସାହିଲ ହୃଦୟରେ ସାଇତା ହୋଇଗଲା ।