ଶୌଚ ହେବାକୁ ଯାଇଥିଲା, ଗାଡ଼ିରେ ବସି କାହା ସାଙ୍ଗରେ ପଳେଇଲା..

ନନ୍ଦିଘୋଷ ବ୍ୟୁରୋ: ଦିନ ଦ୍ବିପ୍ରହରରେ ନାବାଳକ ଛାତ୍ର ନିଖୋଜ । ନିଖୋଜ ନାବାଳକ ହେଲେ କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଲିଅରା ଗାଁର ସୁରେନ୍ଦ୍ର ଖଟୁଆଙ୍କ ବଡ଼ପୁଅ ବିଶ୍ଵଜିତ ଖଟୁଆ । ବିଶ୍ବଜିତ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଗତ ୧୯ ତାରିଖ ଦିନ ବିଶ୍ବଜିତ ଏବଂ ତାଙ୍କ ସାନ ଭାଇ ଶୌଚ ହେବାକୁ ଘର ଠାରୁ ଦୂରକୁ ଯାଇଥିଲେ । ସେଠାରେ କେହି ଜଣେ ବିଶ୍ବଜିତକୁ ଗାଡ଼ିରେ ବସାଇ ନେଇଯାଇଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ବିଶ୍ବଜିତଙ୍କ କୌଣସି ଖବର ପାଇନଥିଲେ । ଏନେଇ ଭଦରେଶ୍ୱର ଥାନାରେ ପରିବାର ଲୋକ ଏତଲା ଦେଇଛନ୍ତି । ପୋଲିସ ନାବାଳକକୁ ଖୋଜାଖୋଜି କରୁଥିବା ଥାନା ଅଧିକାରୀ କହିଛନ୍ତି।