ଗଣହତ୍ୟା ପୂର୍ବରୁ କମାର ଶାଳରେ କାତି ପଜାଇଥିଲା ଶିବ

Mahanga Mass Murder Case Accuse Shiva

ମାହାଙ୍ଗା: ହତ୍ୟା ପୂର୍ବରୁ କମାର ଶାଳରେ କାତି ପଜାଇଥିଲା ଅଭିଯୁକ୍ତ । ମାହାଙ୍ଗା ଗଣହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଆଉ ଏକ ବଳିଷ୍ଠ ପ୍ରମାଣ । ହତ୍ୟା କରିବା ପୁର୍ବରୁ, ହତ୍ୟାରେ ବ୍ୟବହୃତ କାତିକୁ ଏକ କମାର ଶାଳରେ ପଜାଇଥିଲା ଅଭିଯୁକ୍ତ ଶିବ ସାହୁ । ବାଲିଚନ୍ଦ୍ରପୁର ହାଟରେ ଥିବା କମାର ଶାଳକୁ ନେଇ ଅଭିଯୁକ୍ତ ଓ କମାର ଶାଳ କାରିଗର ସହ ମୁହାଁମୁହିଁ ଜେରା କରିଛି ପୋଲିସ । କମାର ଶାଳ କାରିଗର ଅଭିଯୁ୍କ୍ତ ଶିବ ସାହୁକୁ ଚିହ୍ନଟ କରିଛି । ସେ ହତ୍ୟାକାଣ୍ଡର ଦୁଇଦିନ ପୁର୍ବରୁ କମାର ଶାଳକୁ ଆସି କାତି ପଜାଇଥିବା କହିଛି କାରିଗର ।

Mahanga Mass Murder Case Accuse Shiva

ଆଜି ଶିବ ରିମାଣ୍ଡ ଅବଧିର ଶେଷ ଦିନ । ଶେଷ ଦିନରେ ହତ୍ୟାକାଣ୍ଡର ବିଭିନ୍ନ ଦିଗ ନେଇ ଶିବକୁ ମାରାଥନ୍ ଜେରା କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଶିବ ଏକା ହତ୍ୟା କରିଥିବା ପୋଲିସ କହୁଥିଲେ ମଧ୍ୟ ଏନେଇ ତନାଘନା କରାଯାଉଛି । ଅଭିଯୁକ୍ତକୁ କ୍ରସ ଇଣ୍ଟୋରୋଗେସନ୍ କରିଛି ପୋଲିସ । ଗତକାଲି ମର୍ଡରର ଡେମୋ ଦେଖାଇଥିଲା ଶିବପ୍ରସାଦ । ନିଜ ମୁହଁରେ କହିଥିଲା ଗଣହତ୍ୟାର ପୂରା କାହାଣୀ ।

Mahanga Mass Murder Case Accuse Shiva

ସେପଟେ ପୋଲିସ ଶବ ଜବତ କଲାବେଳେ ଅଲେଖଙ୍କ ସ୍ତ୍ରୀ ହାତରେ ଲମ୍ବା ଚୁଟି ଥିଲା ବୋଲି କହିଛନ୍ତି ମୃତ ଅଲେଖଙ୍କ ଶଳା । ତେଣୁ ଏହି ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଶିବ ସାହୁଙ୍କ ସ୍ତ୍ରୀ ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା ଅଭିଯୋଗ କରି ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମୃତ ଅଲେଖଙ୍କ ଶଳା ଦୀପକ ପୃଷ୍ଟି ।