ମାହାଙ୍ଗାରେ ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ବିଦ୍ରୋହ

ମାହାଙ୍ଗା: ମାହାଙ୍ଗାରେ ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ବିଦ୍ରୋହ । ଶାରଦା ପ୍ରଧାନଙ୍କ ବଦଳରେ ୧୫ ଦିନତଳେ ଦଳରେ ମିଶିଥିବା ସୁମନ୍ତ ଘଡ଼େଇକୁ ଟିକେଟ ଦେବାନେଇ ଦଳରେ ଅସନ୍ତୋଷ ଉଗ୍ର ହୋଇଛି । ଅସନ୍ତୁଷ୍ଟ ଶାରଦା ଗୋଷ୍ଠୀ ପୋଡ଼ାମରାଇଠାରେ ବୈଠକ କରି ବିଜେପି ପ୍ରାର୍ଥୀଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଶୁଣାଇଦେଇଛନ୍ତି । ନିର୍ବାଚନରେ ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ତୀବ୍ର ବିରୋଧ କରାଯିବା ସହ ଶାରଦା ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ ବୋଲି କର୍ମୀମାନେ କହିଛନ୍ତି । ଶାରଦାଙ୍କ ଟିକେଟ କଟିବା ନେଇ ସାଂସଦ ପ୍ରାର୍ଥୀ ବୈଜୟନ୍ତଙ୍କୁ ଟାର୍ଗେଟ କରିଛନ୍ତି ବିଜେପି କର୍ମୀ ।