କଟକ: ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲରେ ଆଜିର ଶୁଣାଣି ଶେଷ ହୋଇଛି। କମନ ଫର୍ମାଟ ଅଫ୍ ଇନଫର୍ମେସନ ବା ସିଏଫଆଇରେ ଶେଷ ହୋଇଥିବା ପ୍ରକ୍ରିୟା ଉପରେ ସାକ୍ଷ୍ୟ ଆରମ୍ଭ ହେବ। ୧୦ ଦିନ ମଧ୍ୟରେ ଦୁଇ ରାଜ୍ୟର ସାକ୍ଷୀମାନଙ୍କ ତାଲିକା ଦେବାକୁ ଟ୍ରିବ୍ୟୁନାଲ କହିଛନ୍ତି।
ତେବେ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନକୁ ଟ୍ରିବ୍ୟୁନାଲରେ ବାତିଲ ହୋଇଛି। ମୂଳ ମାମଲା ଉପରେ ଶୁଣାଣି ହେବ। ତେବେ କୌଣସି ସମସ୍ୟା ହେଲେ ଓଡ଼ିଶା ସାନି ଆବେଦନ କରିପାରିବ। କିମ୍ବା ଏହାକୁ ପୁନର୍ଜୀବିତ କରି ଦାଖଲ କରିପାରିବ ଓଡ଼ିଶା। ଛତିଶଗଡ଼ର ଅନେକ ତଥ୍ୟ ମଧ୍ୟପ୍ରଦେଶରେ ଥିବାରୁ ମଧ୍ୟପ୍ରଦେଶକୁ ତଥ୍ୟ ଦେବାକୁ କୁହାଯାଇଛି। ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୯ ତାରିଖରେ ହେବ । ସାକ୍ଷ୍ୟ ଗ୍ରହଣ ପରେ କ୍ରସ୍ ଏକଜାମ ହେବ।

