spot_img

Latest Posts

ମହାମଦୀ ପ୍ରସଙ୍ଗ: ବିଜେଡିର ଦାବି, ସାର୍ବଜନୀନ ହେଉ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ମହାମଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ଏ ସମ୍ପର୍କରେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ,  ମହାନଦୀ ହେଉଛି ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। କେନ୍ଦ୍ର ସହଯୋଗ ନମିଳିବାରୁ ବଞ୍ଚିତ ହେଉଛି ଓଡ଼ିଶା। ରାଜ୍ୟ ପ୍ରତି ଅନ୍ୟାୟ କରିଚାଲିଛି ଛତିଶଗଡ଼। ଓଡ଼ିଶା ସ୍ବାର୍ଥ ପାଇଁ ବିଜେଡି ଲଢ଼େଇ କରିଆସୁଛି। ହେଲେ ମହାନଦୀ ସମସ୍ୟାର ସମାଧାନ କରିବାକୁ ଚାହୁଁନି ଛତିଶଗଡ଼। ଏବେ ଉଭୟ କେନ୍ଦ୍ର, ଛତିଶଗଡ଼ ଓ ରାଜ୍ୟରେ ବିଜେପି ସରକାର ଅଛନ୍ତି। ତେଣୁ ମହାନଦୀ ପ୍ରସଙ୍ଗରେ ଯେଉଁ ଦୁଇ ଥର ଆଲୋଚନା ହୋଇଛି ବୋଲି କହୁଛନ୍ତି ମୁଖ୍ୟମନ୍ତ୍ରୀ, ତାହାକୁ ସାର୍ବଜନୀନ କରାଯାଉ ବୋଲି ଦାବି କରିଛନ୍ତି ପ୍ରଶାନ୍ତ ମୁଦୁଲି।

ସେପଟେ ମହାନଦୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସବିଧାୟକ ତାରା ବାହିନୀପତି । ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର ଅଛି । ଯଦି ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀ ପ୍ରସଙ୍ଗ ସମାଧାନ ହେବନି, ତାହାଲେ ସେ ବିଫଳ । ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ଏହି ପ୍ରସଙ୍ଗରେ ଦୁଇଥର କଥା ହୋଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ କଣ ଆଲୋଚନା ହୋଇଛି ? ଲୋକ ଜାଣିବା ଦରକାର ବୋଲି କହିଛନ୍ତି ତାରା ବାହିନୀପତି ।

Latest Posts

Don't Miss