spot_img

Latest Posts

ମହାନଦୀ ଜଳ ବିବାଦ: ଭିଡିଓ କନଫରେସିଂ ଜରିଆରେ ଟ୍ରିବ୍ୟୁନାଲରେ ଶୁଣାଣି

ଭୁବନେଶ୍ୱର: ଓଡିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ମାମଲାର ଆଜି ଶୁଣାଣି । ଭିଡିଓ କନଫରେସିଂ ଜରିଆରେ ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ହେବ । ଶୁଣାଣି ପୂର୍ବରୁ ଓଡିଶା ମାମଲା ସମ୍ବନ୍ଧିତ ଆଡମିଶନ୍ ଓ ଡିନାଏଲ ପ୍ରକ୍ରିୟାକୁ ଶେଷ କରି ଟ୍ରିବ୍ୟୁନାଲରେ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିଛି । ତେବେ, ଛତିଶଗଡ଼ ଓ ଅନ୍ୟ ପକ୍ଷଭୁକ୍ତ ରାଜ୍ୟମାନେ ଆଡମିଶନ ଓ ଡିନାଏଲ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିନଥିବା ଜଣାପଡ଼ିଛି ।

ଗତମାସ ୧୧ ତାରିଖରେ ଟ୍ରିବ୍ୟୁନାଲ ମାମଲାର ଶୁଣାଣି ପାଇଁ ଓଡିଶା, ଛତିଶଗଡ଼ ସମେତ ଅନ୍ୟ ପକ୍ଷଭୁକ୍ତ ରାଜ୍ୟମାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପ୍ରସଙ୍ଗ ତାଲିକାରୁ, ପ୍ରାଥମିକ ପର୍ଯ୍ୟାୟରେ ୩୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ। ଇସ୍ୟୁ ଫ୍ରେମ୍‌ରେ ଓଡିଶାର ସର୍ବାଧିକ ପ୍ରସଙ୍ଗକୁ ସାମିଲ କରାଯାଇଥିଲା । ଆଗକୁ ପ୍ରସଙ୍ଗ ଗୁଡିକର ଶୁଣାଣିରେ ଓଡ଼ିଶା ଦ୍ୱାରା ପ୍ରଭାବଶାଳୀ ଢଙ୍ଗରେ କିପରି ଟ୍ରିବ୍ୟୁନାଲଙ୍କ ନିକଟରେ ଉପସ୍ଥାପନ କରାଯିବ, ସେ ନେଇ ଓଡିଶାର ଆଇନଜୀବୀ ଟିମ୍‌ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ପ୍ରସଙ୍ଗ ନିର୍ଦ୍ଧାରଣର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ସାକ୍ଷ୍ୟମାନଙ୍କର ତାଲିକା, ପ୍ରମାଣ ସଂପର୍କିତ ସତ୍ୟପାଠ, ସାକ୍ଷ୍ୟ ମାନଙ୍କର କ୍ରସ୍ ଏଗଜାମିନେଶନ୍ ଶେଷହେବା ପରେ ପ୍ରସଙ୍ଗ ଗୁଡିକର ଶୁଣାଣି ଆରମ୍ଭ ହେବ ବୋଲି ଟ୍ରିବ୍ୟୁନାଲରେ ମାମଲା ପରିଚାଳନା କରୁଥିବା ଜଣେ ଆଇନଜୀବୀ କହିଛନ୍ତି ।

Latest Posts

Don't Miss