୨୦୨୭ ଜାନୁଆରୀ ୧୩ ତାରିଖ ଯାଏଁ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି
ନନ୍ଦିଘୋଷ ବ୍ୟୁରୋ: ୨୦୨୭ ଜାନୁଆରୀ ୧୩ ଯାଏଁ ବଢିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି । ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । ଏପ୍ରିଲ ୧୩ରେ ସରୁଥିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି । ସେପଟେ ଆଜି ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି ରହଛି । ଗତକାଲି ଟ୍ରିବୁନାଲର ସମୟ ସୀମା ୯ ମାସ ବୃଦ୍ଧି ପାଇଁ ଦାବି କରିଥିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ।
ଅଣ ମୌସୁମୀ ସମୟରେ ମହାନଦୀରେ ଓଡ଼ିଶାର ଆବଶ୍ୟକତା ଅନୁସାରେ ପାଣି ଛାଡିବାକୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଦାବି ରଖାଯାଇଛି l ଆଜି ଶୁଣାଣି ସମୟରେ ଓଡିଶାର ଆଡ଼ଭୋକେଟ ଜେନେରାଲ ଏହି ଦାବିକୁ ପ୍ରଭାବି ଢଙ୍ଗରେ ଉପସ୍ଥାପିତ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି l ଖରାଦିନେ ଛତିଶଗଡ଼ ସମ୍ପୂର୍ଣ ଭାବରେ ମହାନଦୀର ଜଳ ପ୍ରବାହକୁ ରୋକି ଦେଉଛି l କଲମା ବ୍ୟାରେଜର ସମସ୍ତ ଗେଟକୁ ବନ୍ଦ କରିଦେଉଛି l ଫଳରେ ଓଡିଶା ପଟକୁ ପାଣି ଆଦୌ ଆସୁନାହିଁ l ଫଳରେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କମିବା ସହିତ ତଳ ମୁଣ୍ଡରେ ପିଇବା ପାଣି ଅଭାବ ସାଙ୍ଗକୁ ଜଳସେଚନରେ ସମସ୍ୟା ଦେଖା ଦେଉଛି l ମହାନଦୀରୁ ମାଛ ମାରି ବଞ୍ଚୁଥିବା ଧୀବରମାନଙ୍କ ଜୀବିକା ବି ପ୍ରଭାବିତ ହେଉଛି । ମହାନଦୀ ଉପରେ ନିର୍ଭର କରୁଥିବା ପର୍ଯ୍ୟାବରଣ ନଷ୍ଟ ହେବାରେ ଲାଗିଛି । ଟ୍ରିବ୍ୟୁନାଲ ଓଡ଼ିଶାର ଏହି ଗମ୍ଭୀର ସମସ୍ୟା ପ୍ରତି ଆଖି ବୁଜି ଦେବା ଏକ ଦୁଃଖଦ ବିଷୟ ବୋଲି କହିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

