spot_img

Latest Posts

ବିଜେପି ସରକାରର ଛତିଶଗଡ଼ ପ୍ରୀତି: ସଂକଟରେ ଓଡ଼ିଶାର ଜୀବନରେଖା

ବିଜେପି ସରକାରର ଛତିଶଗଡ଼ ପ୍ରୀତି । ସଂକଟରେ ଓଡ଼ିଶାର ଜୀବନରେଖା । ବର୍ଷ ଆରମ୍ଭରୁ ଶୁଖିଲାଣି ଚିରସ୍ରୋତା ମହାନଦୀ । କେଉଁଠି ପଥର ତ କେଉଁଠି ବାଲିରେ ଉଠିଲା ଘାସ । ଯେଉଁଠି ଅକାତକାତ ପାଣି ଥିଲା ସେଠି ଏବେ ମରୁଭୂମି । ପାଣି ନଥିବାରୁ ନଈ ଉପରେ ନିର୍ଭର କରୁଥିବା ଲୋକେ ଏବେ ପ୍ରମାଦ ଗଣିଲେଣି । ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ପରେ ବି ସମସ୍ଯାରେ ସମାଧାନ ହେଉନି । ନଦୀରେ ପାଣି ଶୁଖିଶୁଖି ଯାଉଥିବାରୁ ରାଜ୍ୟରେ ଜଳ ଓ ବିଦ୍ୟୁତ ସଂକଟ ଉପୁଜିବ ବୋଲି ଆଶଂକା ସୃଷ୍ଟିହେଉଛି । ଛତିଶଗଡ଼ ପ୍ରତି ବିଜେପି ସରକାରଙ୍କ ଅହେତୁକ ଅନୁକମ୍ପା ଜଳଜଳ ହୋଇ ଦେଖାଯାଉଛି ବୋଲି ଅଭିଯୋଗ କରିଛନ୍ତି ସମ୍ବଲପୁରବାସୀ ।

ଉପରମୁଣ୍ଡରେ ଶହଶହ ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇଛନ୍ତି ଛତିଶଗଡ଼ ସରକାର । ମହାନଦୀ ଟ୍ରିବ୍ୟୁନାଲ ଗଠନ ପରେ ମଧ୍ୟ କୌଣସି ନିର୍ଯାସ ବାହାରି ପାରିଲା ନାହିଁ । ଅଣ ମୌସୁମିରେ ବ୍ୟାରେଜର ଗେଟ ବନ୍ଦ କରିଦେଇଥିବାରୁ ହୀରାକୁଦରେ କ୍ରମାଗତ ଜଳସ୍ତର କମିବାରେ ଲାଗିଛି । ଡିସେମ୍ବର ମାସରୁ ଜୁନ ମାସ ପର୍ଯ୍ୟନ୍ତ ଓଡ଼ିଶାକୁ ବୁନ୍ଦାଏ ପାଣି ମିଳୁନାହିଁ । ଉଭୟ ରାଜ୍ୟ ଆପୋଷ ବୁଝାମଣା କରି ଖୁବଶୀଘ୍ର ସମସ୍ୟାର ସମାଧାନ ନକଲେ ଓଡ଼ିଶାର ଜୀବନ ରେଖା ଜୀବନ ହରାଇବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

Latest Posts

Don't Miss